କନକ ବ୍ୟୁରୋ: ଇନଷ୍ଟାଗ୍ରାମରୁ ପ୍ରେମ । ଆଉ ଶେଷରେ ବନ୍ଦ ଘରୁ ଉଦ୍ଧାର ହୋଇଛନ୍ତି ଦୁଇ ଯୁବତୀ । ଯାଜପୁର ଟାଉନଥାନା ସୁନ୍ଦୁରେଇମୁହଁ ଅଂଚଳରୁ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ବଲାଙ୍ଗୀର ଖପ୍ରାଖୋଲ ଅଂଚଳର ଦୁଇ ଭଉଣୀଙ୍କୁ ଇନଷ୍ଟାଗ୍ରାମରେ କଥା ହୋଇ ପ୍ରେମ ଜାଲରେ ଫସାଇଥିଲା ଯାଜପୁରର ଯୁବକ ରଂଜିତ ସାହୁ । ଏହି ଦୁଇ ଭଉଣୀ ତାମିଲନାଡୁରେ ଟେଲରିଂ କାମ କରୁଥିଲେ । ଦୁଇ ଜଣ ରଂଜିତ ସହ କଥା ହୋଇ ପ୍ରେମ କରିବସିଥିଲେ । ଶେଷରେ ରଂଜିତ ତାଙ୍କୁ ବିବାହ କରିବାକୁ ଯାଜପୁର ଡକାଇଥିବା ବେଳେ ଦୁଇ ଭଉଣୀ ମଧ୍ୟ ତାମିଲନାଡୁରୁ ଯାଜପୁର ପହଂଚିଯାଇଥିଲେ । ଅଭିଯୁକ୍ତ ଜଣଙ୍କ ଦୁଇ ଭଉଣୀଙ୍କୁ ଏକ ବନ୍ଦ କୋଠରୀରେ ତାଲା ପକାଇ ରଖିଥିଲେ । କୌଣସି ମତେ ସେମାନେ ସେଠାରୁ ଖସି ଯାଇ ପୁଲିସକୁ ଖବର ଦେଇଥିଲେ । ଘଟଣା ନେଇ ଅଭିଯୁକ୍ତର ମା’ ଓ ଦୁଇ ଭାଇଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।