ଲୋକଙ୍କ ଅଶ୍ଲୀଳ ମେସେଜକୁ ଡିଲିଟ୍ କରିବା ସହ ଭିଡିଓ ଚାଟିଂର ସୁବିଧା ଯୋଗାଇବ ଏହି ସୋସିଆଲ୍ ସାଇଟ୍ !

23

ଲୋକପ୍ରିୟ ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏଣିକି ଭିଡିଓ ଚାଟର ସୁବିଧା ଉପଲବ୍ଧ ହେବ ବୋଲି ଫେସବୁକ୍ ଘୋଷଣା କରିଛି। ଏହାବ୍ୟତୀତ ଆହୁରି ଦୁଇଟି ନୂଆ ଫିଚର୍ ମଧ୍ୟ ଲଞ୍ଚ୍ ହୋଇଥିବା ସୂଚନା ରହିଛି। ଫେସବୁକର ସହ ନିର୍ମାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ‘କେତେକ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀ ସାଙ୍ଗମାନଙ୍କ ସହ ଚାଟ କରିବା ପାଇଁ ଲାଇଭ୍ ଭିଡିଓ ଫ୍ଲାଟଫର୍ମ ବ୍ୟବହାର କରି ପୂର୍ବରୁ ହିଁ ଏହାର ମଜା ନେଇ ସାରିଛନ୍ତି।’ଇନଷ୍ଟାଗ୍ରାମ୍ ଲଞ୍ଚ କରିଥିବା ଅନ୍ୟ ଏକ ନୂଆ ଫିଚର୍ ହେଉଛି ବ୍ୟବହାରକାରୀଙ୍କୁ ଅଶ୍ଳୀଳ କମେଣ୍ଟରୁ ବଞ୍ଚାଇବ। ଯଦି କେହି କାହାର ଫଟୋରେ କାହାରି ସୌନ୍ଦର୍ୟ୍ୟ କିମ୍ବା ଚରିତ୍ରକୁ ନେଇ କିଛି ଅଶ୍ଲୀଳ କମେଣ୍ଟ କରନ୍ତି ତେବେ ଇନଷ୍ଟାଗ୍ରାମ୍ କମ୍ପାନି ପକ୍ଷରୁ ସେହି କମେଣ୍ଟକୁ କାଟି ଦିଆଯିବ। କେବଳ ଚରିତ୍ର ବା ସୌନ୍ଦର୍ୟ୍ୟ ନୁହେଁ ବରଂ କାହାକୁ କୌଣସି ପ୍ରକାରର ଧମକ ବା କଷ୍ଟ ଲାଗିବା ପରି କମେଣ୍ଟ ଦେଖିଲେ ମଧ୍ୟ କମ୍ପାନି ତାହାକୁ ଆକାଉଣ୍ଟରୁ ଡିଲିଟ୍ କରିଦେବ ବୋଲି ଇନଷ୍ଟାଗ୍ରାମ୍ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନି ପକ୍ଷରୁ ଏହି ଘୋଷଣା ସାନ୍ ଜୋସିରେ ହେଉଥିବା ଏଫ୍୮ ଡେଭଲପର୍ ସମ୍ମିଳନୀରେ ହୋଇଛି। ଏହି ସମ୍ମିଳନୀରେ କମ୍ପାନି ପକ୍ଷରୁ ନୂଆ ଫିଚର୍ ଗ୍ରୁପ୍ ଭିଡିଓ ଚାଟ ବିଷୟରେ ବି ଘୋଷଣା ହୋଇଛି।