କନକ ବ୍ୟୁରୋ: ମେଟାର ଫଟୋ ଏବଂ ଭିଡିଓ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ଗୁରୁବାର ଦ୍ୱିପ୍ରହରରେ ହଠାତ୍ କିଛି ସମୟ ପାଇଁ ଡାଉନ ହୋଇଯାଇଥିଲା । ସୂଚନା ଅନୁସାରେ, ଏହି ଆଉଟେଜର ପ୍ରଭାବ ସାରା ବିଶ୍ୱର ୟୁଜର୍ସଙ୍କ ଉପରେ ପଡିଛି । ବୁଧବାର ରାତିରେ ହ୍ୱାଟସଆପ୍ ମଧ୍ୟ ଅଚାନକ ଡାଉନ୍ ହୋଇଯାଇଥିଲା । ଏହାକୁ ନେଇ ୟୁଜର୍ସମାନେ ନା ମେସଜ ପଠାଇପାରିଲେ ନା ଅନ୍ୟପଟରୁ ମେସେଜ ଆସିପାରିଲା । ଏନେଇ କିଛି ୟୁଜର୍ସ ଟ୍ୱିଟରରେ ଏନେଇ ସୂଚନା ଦେଇଥିଲେ । #instagramdownଟ୍ରେଣ୍ଡ କରିବାରେ ଲାଗିଥିଲା । ଅନେକ ଜଣ ଏହାକୁ ବ୍ୟବହାର କରି ସେମାନଙ୍କ ଇନଷ୍ଟା କାମକରୁନଥିବା ମଧ୍ୟ ପୋଷ୍ଟ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us