କଥାରେ ଅଛି, ଅଭ୍ୟାସ କରିବା ଦ୍ୱାରା କୌଣସି ବି ଅସିଦ୍ଧ କାମକୁ ସିଦ୍ଧ କରାଯାଇପାରେ..ଅର୍ଥାତ୍ ଯଦି ଆପଣ କୌଣସି କାମକୁ ଏକାଗ୍ରତାର ସହ କରନ୍ତି ତେବେ ତାହା ନିଶ୍ଚୟ ସଫଳ ହୋଇଥାଏ ଆଉ ଏହି କଥାକୁ ସତ ପ୍ରମାଣିତ କରିଛି ଏକ ସପ୍ତମ ଶ୍ରେଣୀର ଛାତ୍ରୀ । ଯିଏକି ସିନେମାରୁ ପ୍ରେରିତ ହୋଇ ଏକ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇପାରିଛି ।
ଛତିଶଗଡର ରାଜଧାନୀ କୁହାଯାଉଥିବା ରାୟପୁରରେ ରହୁଥିବା କାବ୍ୟା ଚାୱଡା ନାମକ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଏବେ ପାଲଟିଯାଇଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । କାହିଁକି ନା କାବ୍ୟାଙ୍କଠାରେ ଯେଉଁ ପ୍ରତିଭା ରହିଛି ତାହା ହୁଏତ ଅନ୍ୟମାନଙ୍କଠାରେ ଖୁବ୍ କମ ଦେଖିବାକୁ ମିଳିଥାଏ । ପାଠପଢାରୁ ଟିକେ ଫୁରସତ ପାଇବା ପରେ ଯେଉଁଠି ବାକି ପିଲାମାନେ ଖେଳକୁଦରେ ସମୟ କାଟି ଦିଅନ୍ତି ସେଇଠି କାବ୍ୟା କିନ୍ତୁ ନିଜ ଭିତରେ ଏକ ଅସାଧାରଣ ପ୍ରତିଭାକୁ ବଢାଇ ଚାଲିଥିଲେ । ବଲିଉଡ ସିନେମା ତଥା ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ଅଭିନୀତ ଥ୍ରି ଇଡିୟଟ୍ ସିନେମାରୁ ଅନୁପ୍ରାଣିତ ହୋଇ କାବ୍ୟା ଶିଖିଥିଲେ ମିରର ରାଇଟିଂ ।
Inspired by '3 idiots', Raipur-based teenage girl perfects mirror writing
Read @ANI story | https://t.co/SWcmVtdlckpic.twitter.com/YLkVlubOe4
— ANI Digital (@ani_digital) September 16, 2019
ଯାହା ଦ୍ୱାରା କାବ୍ୟାଙ୍କଠାରେ ଏକାସଙ୍ଗେ ଦୁଇ ହାତରେ ଲେଖିବାର ସାମର୍ଥ ରହିଛି । ଅର୍ଥାତ ଖୁବ୍ କମ ବୟସରେ ହିଁ କାବ୍ୟା ମିରର ରାଇଟିଂରେ ବେଶ୍ ପାରଙ୍ଗମ ହୋଇପାରିଛନ୍ତି । ଆଉ ଏହି ପ୍ରୋତ୍ସାହନ ତାଙ୍କୁ ବଲିଉଡ ସିନେମା ଥ୍ରି ଇଡିୟଟରୁ ହିଁ ମିଳିଥିଲା । କାବ୍ୟାଙ୍କ କୁହିବା ଅନୁସାରେ, ଥ୍ରି ଇଡିୟଟ୍ ଦେଖିବା ପରେ ତାଙ୍କ ମନକୁ ଏହି ଆଇଡିଆ ଆସିଥିଲା । ଏହି କାମ ପାଇଁ ଫୋକସ କରିବା ବହୁତ ଜରୁରୀ ଏବଂ ଏଥିପାଇଁ ସେ ଗତ ୩ରୁ ୪ ବର୍ଷ ହେଲା ଅଭ୍ୟାସ କରିଆସୁଛନ୍ତି । ତେବେ ମିରର ରାଇଟିଂ ସାଧାରଣ ଲେଖାଠାରୁ ବିପରୀତ ଦିଗରେ ଲେଖାଯାଇଥାଏ ଏବଂ ପ୍ରତିଟି ଅକ୍ଷର ବି ଓଲଟା ଲେଖାଯାଇଥାଏ । ଯାହାକୁ ଆଇନା ସହାୟତାରେ ହିଁ ପଢାଯାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/3-3.jpg)
/kanak/media/post_attachments/wp-content/uploads/2019/09/1-1-300x167.png)