କନକ ବ୍ୟୁରୋ: ଗ୍ରାଜୁଏସନ୍ ପରେ ଭଲ ପ୍ରସ୍ତାବ ମିଳିଲା । ଜ୍ୱାଇଁଥିଲେ ନ୍ୟୁଜିଲ୍ୟାଣ୍ଡରେ ଜଣେ ଅଧିକାରୀ । ତେଣୁ ଝିଅକୁ ସେଠାରେ ବାହା କରିଦେଲେ ତା’ର ଭବିଷ୍ୟତ ଉଜ୍ୱଳ ହୋଇଯିବ ଭାବି ବାପା, ମା’ ବାହା କରିଦେଲେ । ହେଲେ ବାହାଘର ପରେ ସବୁ ତ ଓଲଟପାଲଟ ହୋଇଗଲା । ଗାଉଁଲି ଝିଅ ଭାବି ସ୍ୱାମୀ ବିବାହର ମାତ୍ର ୨ ସପ୍ତାହରେ ତାଙ୍କୁ ଛାଡି ଚାଲିଗଲେ ଯେ ଆଉ ଫେରିଲେ ନାହିଁ । ବାପା ଘରକୁ ଚାଲିଆସିଲେ ଝିଅ । ଆଉ ଦିନେ ଝିଅକୁ ଏପରି କିଛି କଥା କହିଲେ ଯାହା ଶୁି ଝିଅ ନିଜ ମନକୁ ଟାଣ କଲା ଏବଂ ପୂର୍ବପରି ପୁଣି ପଢା ଜୋରଦାର ଆରମ୍ଭ କରିଦେଲେ । ପ୍ରଥମେ ପ୍ରଥମେ ବିଫଳତାର ସାମ୍ନା କରିବାକୁ ପଡିଲେ ବି ପର ମୁହୂର୍ତ୍ତରେ କିନ୍ତୁ ସଫଳତା ତାଙ୍କ ମଥା ଚୁମିଲା । ସେ ବନିଲେ ଆଇଆରଏସ୍ ଅଫିସର । ଆଜି ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ପ୍ରତ୍ୟେକ ନାରୀ ପାଇଁ ଏକ ପ୍ରେରଣା ।
ସବୁ ସାଧାରଣ ଝିଅମାନଙ୍କ ଭଳି ସେ ବି ବିବାହ କରି ନିଜ ଜୀବନସାଥୀଙ୍କ ସହ ସୁଖର ସଂସାର କରିବେ ବୋଲି ଭାବିଥିଲେ। ହେଲେ ଏଭଳି ତାଙ୍କ ସ୍ୱପ୍ନ ଭାଙ୍ଗିଯିବ ବୋଲି ସେ ଜାଣିନଥିଲେ। ବିବାହ ପରେ ତାଙ୍କ ସ୍ୱାମୀ ନ୍ୟୁଜିଲ୍ୟାଣ୍ଡ ଚାଲିଯାଇଥିବା ବେଳେ ଆଉ ଫେରିନଥିଲେ। ସ୍ୱାମୀ ଏଭଳି ହାତ ଛାଡ଼ିବା ପରେ କ’ଣ କରିବେ କ’ଣ ନକରିବେ, ତାହା ଜାଣିପାରୁନଥିଲେ କୋମଲ। ଏହି ସମୟରେ ତାଙ୍କୁ ସାହାରା ଦେବାକୁ ଆଗେଇ ଆସିଥିଲେ ତାଙ୍କ ବାପା।
ବିବାହ ଭାଙ୍ଗିବା ପରେ ୟୁପିଏସସି ପରୀକ୍ଷା ଦେବାକୁ କୋମଲଙ୍କୁ ତାଙ୍କ ବାପା ଅନୁପ୍ରାଣିତ କରିଥିଲେ। ହେଲେ ଏହା ଏତେ ସହଜ ନଥିଲା। ବାରମ୍ବାର ତାଙ୍କୁ ୟୁପିଏସସି ପରୀକ୍ଷାରେ ଅସଫଳ ହେବାକୁ ପଡ଼ିଥିଲା। କିନ୍ତୁ ସେ ହାର ମାନି ନଥିଲେ। ୩ଥର ଅସଫଳ ହେବା ପରେ ସେ ଚତୁର୍ଥ ଥର ୟୁପିଏସସି ପରୀକ୍ଷା ପାସ୍ କରି ଏବେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ରେ ଯୋଗଦେଲେ ।
ହେଲେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୟ ତାଙ୍କ ପାଇଁ ଯେପରି ଅଗ୍ନି ପରୀକ୍ଷା ଭଳି ସମୟ ଥିଲା । ପଢା ପାଇଁ ଯେପରି ବାପା, ମା’ଙ୍କୁ ବୋଝ ନପଡେ ସେଥିପାଇଁ କୋମଲ ଶିକ୍ଷକତା କରୁଥିଲେ । ଦିନ ସାରା ସ୍କୁଲରେ ପଢାଇବା ପରେ ଟ୍ରେନରେ ଫେରି ଘରେ ଆସି ପହଞ୍ଚିବା ଭିତରେ ଯେତେବେଳେ ସେ ହାଲିଆ ପଡନ୍ତି ତଥାପି ତାଙ୍କୁ ବିଶ୍ରମ ନେବାକୁ ତର ନଥାଏ । କିଛି ଖାଇଦେଇ ପୁଣି ବସିପଡିନ୍ତି ପଢିବା ପାଇଁ । ବାପାଙ୍କ ଇଚ୍ଛା ଓ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଯେପରି କୋମଲଙ୍କ ଆଖିରୁ ନିଦ ହଜିଯାଇଥିଲା । ଏବଂ ଶେଷରେ ତାଙ୍କ ଅକ୍ଳାନ୍ତ ପରିଶ୍ରମ ଆଗରେ ହସିବାକୁ ବାଧ୍ୟ ହୋଇଥିଲା ଭାଗ୍ୟ । ୟୁପିଏସସି ପରୀକ୍ଷାରେ ସଫଳ ହୋଇ କୋମଳ ହେଲେ ଆଇଆରଏସ୍ ଅଫିସର । ବାପାଙ୍କର କେଇପଦ କଥା ଆଜି ତାଙ୍କ ଜୀବନକୁ ଶାନ୍ତି, ସମୃଦ୍ଧିରେ ଭରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/09/222-1.jpg)