କନକ ବ୍ୟୁରୋ: ଚର୍ଚ୍ଚାରେ ମହିଳା ପୁଲିସ ଇନ୍ସପେକ୍ଟର। ଚେନ୍ନାଇରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶ୍ମଶାନରେ ଥିବା ଜଣେ ଯୁବକ ଅଚେତ ହୋଇଯାଇଥିଲେ। ଏବିଷୟରେ ଜାଣିବା ପରେ ମହିଳା ପୁଲିସ ଇନ୍ସପେକ୍ଟର ତୁରନ୍ତ ତାଙ୍କୁ କାନ୍ଧରେ ପକାଇ ଅଟୋ ପାଖକୁ ନେଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏବେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି।
சென்னை கீழ்ப்பாக்கம் மழையில் சிக்கி சுயநினைவின்றி கிடந்தவரை தோளில் தூக்கிச் சென்று மருத்துவமனையில் அனுமதித்த காவல் ஆய்வாளர் திருமதி.ராஜேஸ்வரி அவர்களை தமிழ்நாடு காவல்துறை தலைமை இயக்குநர் முனைவர். செ. சைலேந்திர பாபு¸ இ.கா.ப.¸ அவர்கள் பாராட்டினார்கள்.#TNPolicepic.twitter.com/8zUXcG8Yq4
— Tamil Nadu Police (@tnpoliceoffl) November 11, 2021
ଭା୍ଇରାଲ ଭିଡିଓରେ ଦେଖାଯାଇଛି ଯେ, ମହିଳା ପୁଲିସ ଇନ୍ସପେକ୍ଟର ରାଜେଶ୍ବରୀ ବର୍ଷାି ମାଡ଼ରେ ଅଚେତ ହୋଇଯାଇଥିବା ୨୮ବର୍ଷୀୟ ଯୁବକଙ୍କୁ ଦେଖିବା ପରେ କାହାକୁ ଅପେକ୍ଷା ନକରି ବା କାହାର ସାହାଯ୍ୟ ନନେଇ ଏକାକୀ ଯୁବକଙ୍କୁ କାନ୍ଧରେ ଟେକିନେଇଥିଲେ। ଏହା ପରେ ତାଙ୍କୁ ଅଟୋରେ ବସାଇ ଡାକ୍ତରଖାନା ନେଇଥିଲେ ରାଜେଶ୍ବରୀ । ସଠିକ ସମୟରେ ଯୁବକଙ୍କୁ ଡାକ୍ତରଖାନା ନିଆଯିବାରୁ ତାଙ୍କର ଜୀବନ ବଞ୍ଚାଯାଇପାରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ପାଇଁ ଏବେ ତାମିଲନାଡୁରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଏପର୍ୟ୍ୟନ୍ତ ୧୨ଜଣଙ୍କର ମୃତ୍ୟୁ ଘଟିସାରିଛି। ଆଗକୁ ପରିସ୍ଥିତି ବିଗିଡ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟରେ ସମସ୍ତଙ୍କୁ ସତର୍କ କରାଯାଇଛି।