ନିୟମ କେବଳ କଣ ସାଧାରଣ ଲୋକ ପାଇଁ...? ନିଜ ମୁହଁରେ ମାସ୍କ ନଥିଲା, କିନ୍ତୁ ମାସ୍କ ପିନ୍ଧିନଥିବା ଲୋକଙ୍କୁ ବାଡେଇ ଦାଦାଗିରି ଦେଖାଉଥିଲେ ପୋଲିସ ବାବୁ ।

Advertisment
ନିୟମ କେବଳ କଣ ସାଧାରଣ ଲୋକ ପାଇଁ...? ନିଜ ମୁହଁରେ ମାସ୍କ ନଥିଲା, କିନ୍ତୁ ମାସ୍କ ପିନ୍ଧିନଥିବା ଲୋକଙ୍କୁ ବାଡେଇ ଦାଦାଗିରି ଦେଖାଉଥିଲେ ପୋଲିସ ବାବୁ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶରେ ବି ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଆଉ କରୋନାର ସାଂଘାତିକ ରୂପକୁ ଦୃଷ୍ଟିରେ ରଖି ବାରଣାସୀର ଜିଲ୍ଲାପାଳ କୌଶଲ ରାଜ ଶର୍ମା ସାଧାରଣ ଲୋକଙ୍କ ବୁଲାବୁଲି ଉପରେ କଟକଣା ଲଗାଇଛନ୍ତି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଆଦାୟ ଠାରୁ ଆରମ୍ଭ କରି ଅମାନିଆଙ୍କ ଉପରେ ଲାଠି ପ୍ରୟୋଗ କରିବାକୁ ମଧ୍ୟ ପଛାଉନାହିଁ ପୋଲିସ ।

ଏସବୁ ଭିତରେ ଜିଲ୍ଲାପାଳଙ୍କ ଆଦେଶ ଲାଗୁ କରିବା ପାଇଁ ଗତ ସୋମବାର ଅପରାହ୍ନ ୪ଟାରେ ତୁଳସୀ ଘାଟରେ ଇନ୍ସପେକ୍ଟର ଗୌରବ ଉପାଧ୍ୟାୟ ପହଞ୍ଚି ଲୋକଙ୍କୁ କରୋନା ଗାଇଡଲାଇନ୍‌ ପାଳନ ବିଷୟରେ ସଚେତନ କରୁଥିଲେ। ଏହି ସମୟରେ ଯେଉଁମାନେ ସେଠାରେ ମାସ୍କ ନ ପିନ୍ଧିବା ସହିତ କରୋନା ନିୟମ ଉଲ୍ଲଂଘନ କରୁଥିଲେ ସେମାନଙ୍କ ଉପରେ ଇନ୍ସପେକ୍ଟର ଲାଠି ମାଡ଼ କରୁଥି‌ଲେ। କିନ୍ତୁ ଦାଦାଗିରି ଦେଖାଉଥିବା ଇନ୍ସପେକ୍ଟରଙ୍କ ମୁହଁରେ ମାସ୍କ ନ ଥିଲା।

ଏହି ଘଟଣା ପରେ ନିଜେ ମାସ୍କ ନ ପିନ୍ଧି ଲୋ‌କଙ୍କ ଉପରେ ଲାଠି ମାଡ କରୁଥିବା ଇନ୍ସପେକ୍ଟରଙ୍କ ଫଟୋ ଭାଇରାଲ୍ ହୋଇ ଯାଇଥିଲା। କେହିକେହି ଏହି ଫଟୋକୁ ବାରଣାସୀ କମିସନରେଟ୍ ପୁଲିସକୁ ଟ୍ଵିଟ୍ କରିଥିଲେ। ଏହାପରେ ପୁଲିସ ଅଧିକାରୀ ତୁରନ୍ତ ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଘଟଣାରେ ଉକ୍ତ ଇନ୍ସପେକ୍ଟରଙ୍କ ଚାଲାଣ କଟାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe