କନକ ବ୍ୟୁରୋ: ବିତ୍ତଶାଳୀ ଏମାର ମଠରେ ଲୁକାୟିତ ଅବସ୍ଥାରେ ଆଉ କିଛି ଗୁପ୍ତଧନ ରହି ଯାଇଛି କି? ରୂପା ଇଟା ଭଳି ଆଉ କିଛି ମୂଲ୍ୟବାନ ଦ୍ରବ୍ୟ ରହିଛି କି? ସନ୍ଦେହ ହେବା ପରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ଅନୁମୋଦନ କ୍ରମେ ମେଟାଲ ଡିଟେକ୍ଟର ସହାୟତାରେ ମଠ ଭିତରେ ଯାଂଚ କରାଯାଇଛି । ମଠର ପାଠଶାଳା, ବାଟଅଗଣା, ଗୁପ୍ତ କୋଠରୀକୁ ୪ ଜଣିଆ ଟିମ୍ ଯାଂଚ କରିଛନ୍ତି । ଯାଂଚ ପରେ ପାଠଶାଳା ଓ ବାଟ ଅଗଣାରେ ଚାରୋଟି ସ୍ଥାନକୁ ଗୋଲାକାର ଚିହ୍ନ ଦିଆଯାଇଛି । ଏହି ଚିହ୍ନ ଦିଆଯାଇଥିବା ସ୍ଥାନରେ କିଛି ଧାତବ ଦ୍ରବ୍ୟ ରହିଥିବା ମେଟାଲ ଡିଟେକ୍ଟର ଟିମ୍ ସୂଚନା ଦେଇଛି ।
ଗୋଲାକାର ଚିହ୍ନ ଦିଆଯାଇଥିବା ସ୍ଥାନର ଖନନ ନେଇ ଦେବୋତ୍ତର ବିଭାଗ କମିଶନରଙ୍କୁ ଟ୍ରଷ୍ଟ ଚିଠି ଲେଖିବ । କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ୨୦୧୧ରେ ମଠର ଗୁପ୍ତ ସୁଡଙ୍ଗରୁ ଜବତ ହୋଇଥିଲା ୫୨୨ ଖଣ୍ଡ ରୂପା ଇଟା । ପୁଣି ୨୦୨୧ ଏପ୍ରିଲ ମାସ ୧୧ତାରିଖରେ ମିଳିଥିଲା ୪୫ଖଣ୍ଡ ରୂପା ଇଟା । ଏବେ ମେଟାଲ ଡିଟେକ୍ଟର ଯାଂଚ ପରେ ମଠରେ ଆଉ କଣ ରହିଛି ତାକୁ ନେଇ ଉକ୍ରଣ୍ଠା ବଢ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/25-16.jpg)