ପୁରୀର ସମସ୍ତ ମଠ,ମନ୍ଦିର ଯାଂଚ ପାଇଁ ଦାବି : ଜଗନ୍ନାଥ ସେନାର ଆବାହକ କହିଲେ, ସବୁ ମଠରେ ଥାଇପାରେ ଗୁପ୍ତଧନ

138

କନକ ବ୍ୟୁରୋ : ପୁରୀ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହରେ ଯାଂଚ ଚାଲିଥିବାବେଳେ ସମସ୍ତ ମଠ ମନ୍ଦିରକୁ ଯାଂଚ କରିବା ପାଇଁ ଦାବି ଉଠିଛି । ଜଗନ୍ନାଥ ସେନା ପକ୍ଷରୁ ଏହି ଦାବି କରାଯାଇଛି । ଏପରିକି ଶଙ୍କରାଚାର୍ଯ୍ୟଙ୍କ ମଠକୁ ମଧ୍ୟ ଯାଂଚ କରିବା ପାଇଁ ଦାବି କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ନିକଟରେ ଏମାର ମଠର ପରିଚାଳନା ଦାୟିତ୍ୱ ମଠ ମହନ୍ତଙ୍କ ହାତରୁ କାଢିନେଇ ଦେବେତ୍ର ବିଭାଗ ଓ ନବଗଠିତ ଟ୍ରଷ୍ଟ ବୋର୍ଡକୁ ଦିଆଯାଇଥିଲା ।

ମଠ ପରିସରରେ ମାଟିତଳେ ଆହୁରି ଅନେକ ଗୁପ୍ତଧନ ପୋତା ହୋଇଥିବା ସନ୍ଦେହ କରି ପ୍ରାୟ ସାମେ ତଳେ ଦେବୋତର ବିଭାଗକୁ ଚିଠି ଲେଖିଥିଲା ଟ୍ରଷ୍ଟବୋର୍ଡ । ଦେବୋତର ବିଭାଗ ଜିଲ୍ଲା ପ୍ରଶାସନକୁ ମେଟାଲ ଡିଟେକ୍ଟର ଜରିଆରେ ମଠ ପରିସରରେ ଯାଂଚ କରିବାକୁ ଚିଠି ଲେଖିବା ପରେ ଏହି ଯାଂଚ ପ୍ରକ୍ରିୟା କରାଯାଇଛି । ତେବେ ୨ଟି ସ୍ଥାନରେ ୪ଟି ଏହିଭଳି ଜାଗା ଚିହ୍ନଟ ହୋଇଥିବା ଜଣାପଡିଛି । ଏସବୁ ଜାଗାକୁ ନାଲି ଗାର ଦେଇ ଚିହ୍ନଟ କରାଯାଇଛି ।