ସ୍ୱଚ୍ଛତା ଏବଂ ଖୋଲାରେ ଶୌଚ ହେବା ଚିନ୍ତାଧାରାକୁ ବନ୍ଦ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ ଜିଲ୍ଲାପାଳ ରମନ କୁମାର । ଢ଼ାକା ବ୍ଲକ୍ରେ ୧୫କିଲୋମିଟର ଚାଲି ସେ ଏହି ଅଭିଯାନକୁ ପୂରା କରିଥିବା ବେଳେ ବାଟରେ ଥିବା ଅନେକ ଗାଁ ଏବଂ ବାଟରେ ଯାଉଥିବା ଅନେକ ଲୋକଙ୍କୁ ସେ ଶୌଚାଳୟର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ଏହି ସମୟରେ ବାଟରେ ସେ ଏକ ବର ଗାଡ଼ି ଦେଖି ଅଟକିବା ସହ ଗାଡ଼ି ଭିତରେ ଥିବା ବରକୁ ବିବାହର ଶୁଭେଚ୍ଛା ଜଣାଇଥିଲେ । ରମଣଙ୍କଠାରୁ ଶୁଭେଚ୍ଛା ପାଇ ଧନ୍ୟବାଦ୍ ଜଣାଇଥିଲେ ବର । କିନ୍ତୁ ଶୁଭେଚ୍ଛା ପରେ ରମଣ ତାଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ତାହା ଶୁଶି ବରର ମୁଣ୍ଡ ତଳକୁ ନଇଁ ଯାଇଥିଲା ।
ସୂଚନା ମୁତାବକ, ରମଣ ବରକୁ ଘରେ ଶୌଚାଳୟ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ ଶୁଣି ବର ମୁଣ୍ଡ ତଳକୁ କରି ନାଁ କହିଥିଲେ । ରମଣ ଉତ୍ତର ପାଇ ଶୌଚାଳୟ ଏକ ନାରୀର ସମ୍ମାନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜଣାଇଥିଲେ । ତୁମେ ନିଜ ଘରର ସମ୍ମାନକୁ ଆଣିବା ପାଇଁ ଯାଉଛ । କିନ୍ତୁ ତୁମ ଘରେ ଶୌଚାଳୟ ନ ଥିବାରୁ ତୁମ ଘରର ସମ୍ମାନକୁ ବାହାରେ ଶୌଚ କରି ସବୁଦିନ ନିଜ ସମ୍ମାନକୁ ହାନି କରିବାକୁ ହେବ । ଏହା ଲଜ୍ଜକର କଥା ପ୍ରଥମେ ଘରେ ଶୌଚାଳୟ କର ପରେ ସ୍ତ୍ରୀକୁ ଘରକୁ ଆଣିବ ବୋଲି ରମଣ ଗାଡ଼ି ଭିତରେ ଥିବା ବରକୁ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/Capture-1.jpg)
/kanak/media/post_attachments/wp-content/uploads/2018/10/assam-village-759-300x167.jpg)