କନକ ବ୍ୟୁରୋ : ହାତୀପାଇଁ ରାତି ଅନିଦ୍ରା ଚାଷୀ । ଗତ କିଛିଦିନ ଧରି ଚନ୍ଦକା ଡମପଡା ଅଭୟାରଣ୍ୟ ନିକଟବର୍ତୀ ବାଂଆରା ଅଂଚଳରେ ମାତିଛନ୍ତି ହାତୀପଲ । ହାତୀପଲଙ୍କ ଦାଉରୁ ଏକର ଏକର ଧାନ ଫସଲ ନଷ୍ଟ ହେଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଫସଲ ରକ୍ଷା କରିବାକୁ ବାଧ୍ୟହୋଇ ହାତୀପାଇଁ ରାତି ଅନିଦ୍ରା ହେଉଛନ୍ତି ଚାଷୀ ।

Advertisment

ଧାନ ଅମଳ ହେବାକୁ ଆଉ ମାସେ ସମୟ ଥିବାବେଳେ ଏହି ସମୟରେ ହାତୀଙ୍କ ଉତ୍ପାତ ଚାଷୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଫଳରେ ଚାଷୀମାନେ ମଂଚାକରି ଫସଲ ଜଗିବା ସହ ସାରା ରାତି ଲାଇଟ ଓ ବାଣ ଫୁଟାଇ ହାତୀ ଘଉଡାଛନ୍ତି । ସେପଟେ ହାତୀ ଘଉଡାଇବାରେ ବନବିଭାଗର ବିଫଳତାକୁ ଦାୟୀ କରିଛନ୍ତି ଚାଷୀ ।