କନକ ବ୍ୟୁରୋ : ୫୪୩ ଲୋକସଭା ଆସନରୁ ୨୦୨୪ ସାଧାରଣ ନିର୍ବାଚନରେ ୪ଶହ ସିଟ ଜିତିବାକୁ ଲକ୍ଷ୍ୟ ରଖିପାରେ ବିଜେପି । ସବୁଠୁ ବଡ କଥା ହେଉଛି ଏହି ଆସନଗୁଡିକୁ ଜିତିବା ପାଇଁ ବିଜେପି ସମସ୍ତ ବିକଳ୍ପ ଆପଣାଇବାକୁ ମଧ୍ୟ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନ୍ୟ ଦଳର ବରିଷ୍ଠ ନେତାଙ୍କୁ ବିଜେପି ନିଜ ସହ ସାମିଲ କରିବାକୁ ବିଚାର କରୁଛି । ଏଥିପାଇଁ ଏକ କମିଟି ଗଠନ କରିବ । ଅନ୍ୟ ଦଳର ଯେଉଁ ନେତା ଓ ସାଂସଦଙ୍କୁ ବିଜେପି ନିଜ ସହ ସାମିଲ କରିବାକୁ ଚାହୁଁଛି ସେମାନଙ୍କୁ ପରଖିବ କମିଟି । ସୂଚନା ଅନୁସାରେ ବିଜେପିର ମହାସଚିବ ବିନୋଦ ତାୱଡେ କମିଟିର ମୁଖ୍ୟ ଦାୟିତ୍ୱ ନେବେ

Advertisment

ବିଜେପିର ନୂଆ ରଣନୀତି
-ଅନ୍ୟ ଦଳର କେଉଁ ପ୍ରଭାବଶାଳୀ ନେତା, ସାଂସଦଙ୍କୁ ବିଜେପିରେ ସାମିଲ କରାଯାଇପାରିବ କମିଟି କରିବ ବିଚାରବିମର୍ଶ
-ନିର୍ବାଚନ ମଣ୍ଡଳୀରେ ଜଣେ ନେତାଙ୍କ ପ୍ରଭାବ କେତେ ରହିଛି? ତାକୁ ବିଜେପିର ସାମିଲ କରିବ ନା ନାହିଁ ତାର ନିଷ୍ପତି ନିଆଯିବ
ବିଶେଷ କରି ଯେଉଁ ନିର୍ବାଚନ ମଣ୍ଡଳୀରେ ବିଜେପି ଜିତିବା ସମ୍ଭାବନା କମ, ସେଠାରେ ଅନ୍ୟ ଦଳର ନେତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

ସେହିପରି ୨୦୧୯ରେ ବିଜେପି ଯେଉଁ ୧୬୪ ଆସନରେ ହାରିଥିଲା ତା ଉପରେ ଫୋକସ କରିବାକୁ କମିଟିକୁ କୁହାଯାଇଛି । ଯାହା ପାଇଁ ୪୫ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
କେଉଁ ଆସନରେ ହାରିବା ଓ ଜିତିବା ସମ୍ଭାବନା କେତେ ତାକୁ ଜାଣିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଏହି ପ୍ରଣାଳୀ ଆପଣାଇବ ଦଳ ।

ବିଜେପି ଦଳର ଅଭିଜ୍ଞ ନେତା ରାଧାମୋହନ ଦାସ ଅଗ୍ରୱାଲଙ୍କୁ ଭିଜନ ଡକ୍ୟୁମେଂଟ ଦାୟିତ୍ୱ ଦେଇଛି । ନିର୍ବାଚନ ପ୍ରଚାର, ଅଭିଯାନ ଓ ସାଂଗଠନିକ ସ୍ତରରେ ଦଳକୁ କିପରି ମଜବୁତ କରାଯିବ ସେ ଦାୟିତ୍ୱ ସୁନୀଲ ବଂଶଲଙ୍କୁ ଦିଆଯାଇଥିବା ସୂଚନା ରହିଛି । ସେହିପରୀ ଦୃଶ୍ୟନ୍ତ ଗୌତମ ସାରା ଦେଶରେ କରିବେ ିବଭିନ୍ନ ସମ୍ମିଳନ । ମୋଦୀ ସରକାରଙ୍କ ସଫଳତା ଓ ଉପଲବ୍ଧି ବଖାଣିବେ ।

ମଙ୍ଗଳବାର ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡବୀୟ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବୈଠକରେ ଯୋଗ ଦେଇଥିଲେ । ଏକଥା ମଧ୍ୟ ଜଣାପଡିଛି ଯେ ଫେବୃଆରୀ ୨ୟ ସପ୍ତାହରରେ ବିଜେପ ରାଷ୍ଟ୍ରୀୟ ପରିଷଦ ବୈଠକ ବସିବ ଓ ନେତା, ମନ୍ତ୍ରୀ, ସାଂସଦଙ୍କୁ ନିଦ୍ଧିଷ୍ଟ ଗାଇଡଲାଇନ ଜାରି କରି ନିର୍ବାଚନ ପାଇଁ ପ୍ରସ୍ତୁତ କରିବ ଦଳ ।