ରହସ୍ୟ, ରହସ୍ୟରେ ରତ୍ନଭଣ୍ଡାର ! ଜାଣନ୍ତୁ କାହିଁକି ଖୋଲାଗଲା ନାହିଁ ମହାପ୍ରଭୁଙ୍କର ତୃତୀୟ ଭଣ୍ଡାର

Advertisment
ରହସ୍ୟ, ରହସ୍ୟରେ ରତ୍ନଭଣ୍ଡାର ! ଜାଣନ୍ତୁ କାହିଁକି ଖୋଲାଗଲା ନାହିଁ ମହାପ୍ରଭୁଙ୍କର ତୃତୀୟ ଭଣ୍ଡାର

କନକ ବ୍ୟୁରୋ: ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ନେଇ ଅନେକ କାହାଣୀ ରହିଛି । ବିଭିନ୍ନ ଲୋକକଥା ଓ ବିଶ୍ୱାସ ଭିତରେ ଆଜି ଯାଂଚ୍ କମିଟି ପୁରା ପ୍ରସ୍ତୁତ ହୋଇ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲା । ଅକ୍ସିଜେନ୍ ସିଲିଣ୍ଡର, ଏଲଇଡି ଲାଇଟ୍ ଓ ପାୱାରଫୁଲ୍ ସର୍ଚ୍ଚ ଲାଇଟ୍ ଧରି ଭିତରକୁ ପ୍ରବେଶ କରିଥିଲେ ୧୬ ଜଣିଆ ଯାଂଚ୍ କମିଟି । ଆଉ ବାହାରେ ସଜାଗ ଥିଲେ ସ୍ନେକ୍ ହେଲ୍ପଲାଇନର ସଦସ୍ୟ । ଏପଟେ ସାରା ରାଜ୍ୟର ନଜର ଥିଲ । ୩୪ ବର୍ଷ ପରେ ରତ୍ନଭଣ୍ଡାରର ରହସ୍ୟ ଖୋଲିବ , କିନ୍ତୁ, ମୁଖ୍ୟ ଭଣ୍ଡାର ଅର୍ଥାତ୍ ଭିତର ଭଣ୍ଡାରକୁ କାହିଁକି ଖୋଲିଲେ ନାହିଁ, ଏବଂ ବାହାରୁ ଦେଖି ରିପୋର୍ଟ ପ୍ରସ୍ତୁତ କଲେ, ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ବାହାର ଭଣ୍ଡାର ଯାଂଚ୍ କରିବା ପରେ ଭିତର ଭଣ୍ଡାର ନଖୋଲିବା ପାଇଁ ୧୬ ଜଣିଆ କମିଟି ନିଷ୍ପତି ନେଲେ ଆଉ ଏହାର କାରଣ ଦର୍ଶାଇବାକୁ ଯାଇ ବାହାରୁ ଦେଖିବା ସମ୍ଭବ ହେଉଥିବାରୁ ଭିତର ଭଣ୍ଡାରକୁ ଖୋଲାଗଲାନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

publive-image

କାହିଁକି ଭିତର ଭଣ୍ଡାର ଖୋଲିଲେ ନାହିଁ ଯାଂଚ କମିଟି ?

ସେଭଳି କୌଣସି ଘଟଣା ଘଟିଥିଲା କି ?

ଭୟଭୀତ ହେଲେ କି ଯାଂଚ କମିଟିର ସଦସ୍ୟ ?

publive-image

ତେବେ କ୍ୟାମେରା ସାମ୍ନାରେ ଏହାର କାରଣ କହିବାକୁ ସମସ୍ତେ ନାରାଜ । କେବଳ ଏତିକି କହୁଛନ୍ତି ଭିତର ଭଣ୍ଡାରକୁ ବାହାରୁ ଦେଖିବାର ସମ୍ଭାବନା ମିଳିବାରୁ ଏହାକୁ ନ ଖୋଲିବାକୁ ନିଷ୍ପତ୍ତି ନିଆଗଲା ।ଆଶ୍ଚର୍ଯ୍ୟର କଥା ହେଉଛି- ଭିତର ଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ଅନୁମତି ଥିବା ସତ୍ୱେ କମିଟି କାହିଁକି ଭିତର ଭଣ୍ଡାର ଖୋଲିଲେ ନାହିଁ ? ତେବେ ବାହାର ଭଣ୍ଡାର ଖୋଲିବା ସମୟରେ ଏକ ଅଘଟଣ ଘଟିଥିଲା । ଯାଂଚ କମିଟିରେ ଯାଇଥିବା ଏଏସ୍ଆଇର ଯନ୍ତ୍ରୀ- ଜିସି ମିତ୍ର ହଠାତ୍ ଝୁଂଟି ଯାଇ ପଡ଼ି ଯାଇଥିଲେ । ଏହି ଖବର ତୁରନ୍ତକୁ ବାହାରକୁ ଚାଲିଆସିଲା । ପରବର୍ତୀ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା ।

publive-image

ସେପଟେ, ରତ୍ନଭଣ୍ଡାର ଯାଂଚକୁ ନେଇ ଶ୍ରୀମନ୍ଦିର ବାହାରେ ଲୋକଙ୍କ ମଧ୍ୟରେ ରହିଥିବା ଅସନ୍ତୋଷର ପ୍ରତିଫଳିତ ହୋଇଥିଲା । ରତ୍ନଭଣ୍ଡାର ଭିତରକୁ ଯାଂଚ୍ କରିବାକୁ ଯାଇଥିବା ଟେକ୍ନିକାଲ୍ ଏକ୍ସପର୍ଟ ଏନ୍. ସି ପାଲ୍ ବାହାରକୁ ଆସିବା ମାତ୍ରେ , ଶ୍ରୀମନ୍ଦିର ବାହାରେ ଥିବା କିଛି ଲୋକ ତାଙ୍କୁ ସୁନା ଚୋର ବୋଲି କହି ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ତେବେ ସାମ୍ବାଦିକ ମାନେ ତାଙ୍କୁ ସୁରକ୍ଷା ଦେଇ ନିରାପଦ ସ୍ଥାନକୁ ନେଇ ଆସିଥିଲେ । ଏଠାରେ ଆମେ କହି ରଖୁଛୁ କି, ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ନେଇ ଅନେକ ଲୋକ କଥା ଶୁଣିବାକୁ ମିଳେ । ଆଉ ଏହି ରହସ୍ୟମୟ ଭଣ୍ଡାର ଆଜି ଖୋଲା ନହେବାରୁ ସେହି ରହସ୍ୟ ସେମିତି ବଳବତ୍ତର ରହିଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe