୩୦ କୋଟିର ଘରେ ରହୁଛନ୍ତି ହିଟମ୍ୟାନ୍ ରୋହିତ । ଆଲିସାନ ବଙ୍ଗଳା ଦେଖିଲେ ହୋଇଯିବେ ତାଜୁବ ।

554

କନକ ବ୍ୟୁରୋ : ଅଧିକାଂଶ ଭାରତୀୟ କ୍ରିକେଟରଙ୍କ ପାଖରେ ଟଙ୍କାର ଅଭାବ ନଥାଏ । କ୍ରିକେଟରୁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ଭାରତୀୟ କ୍ରିକେଟର । ଖାସକରି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ଖେଳାଳୀଙ୍କର ଭାଗ୍ୟ ବଦଳିଯାଏ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବା ସହ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇଥାଏ । ବେଶ ହସଖୁସିରେ ଜୀବନ ବିତାଇଥାନ୍ତି ଭାରତୀୟ କ୍ରିକେଟର । ସେହିଭଳି ଜଣେ ଭାରତୀୟ କ୍ରିକେଟର ହେଉଛନ୍ତି ରୋହିତ ଶର୍ମା । କ୍ରିକେଟ କ୍ୟାରିୟରରେ ହିଟମ୍ୟାନ୍ ରୋହିତଙ୍କ ନାଁରେ ବଡ ବଡ ରେକର୍ଡ ରହିଛି । କ୍ରିକେଟ ଜୀବନରେ ରୋହିତ ଯେଉଁଭଳି ବଡ ରେକର୍ଡ କରିଛନ୍ତି, ସେହିଭଳି ବିଶାଳକାୟ ଘର ମଧ୍ୟ କରିଛନ୍ତି । ରୋହିତଙ୍କ ଆଲିସାନ ବଙ୍ଗଳା ଦେଖିଲେ ଆପଣ ତାଜୁବ ହୋଇଯିବେ ।

ମୁମ୍ବାଇର ୱର୍ଲି ଅଞ୍ଚଳରେ ଗ ଏକ ଆଲିସାନ ଆପାର୍ଟମେଣ୍ଟ ରେ ରୋହିତଙ୍କର ଘର ରହିଛି । ଆହୁଜା ଆପାର୍ଟମେଣ୍ଟର ୨୯ ନମ୍ବର ଫ୍ଲୋରରେ ରୋହିତଙ୍କର ଘର ରହିଛି । ରୋହିତଙ୍କର ଏହି ଆପାର୍ଟମେଣ୍ଟ ୬୦୦୦ ସ୍କୋୟାର ଫୁଟର ହୋଇଥିବା ବେଳେ ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଖାସକରି ଏହି ଆପାର୍ଟମେଣ୍ଟ ଭିତରେ ସାଜସଜ୍ଜା ବେଶ ଆକର୍ଷଣୀୟ । ଦାମୀ ସାମଗ୍ରୀ ସହ ଆକର୍ଷଣୀୟ ପେଣ୍ଟି ଏହି ଆପାର୍ଟମେଣ୍ଟର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ।

ରୋହିତ ଶର୍ମାଙ୍କ ଏହି ଘରେ ୪ଟି ବେଡରୁମ, ହଲ, କିଚେନ ଓ ଅନ୍ୟାନ୍ୟ ରୁମ୍ ରହିଛି । ସବୁଠୁ ବଡ କଥା ହେଲା, ବିବାହ ପରେ ରୋହିତ ଶର୍ମା ଏହି ଘରକୁ ୩୦ କୋଟି ଟଙ୍କା ଦେଇ କିଣିଥିଲେ । ରୋହିତଙ୍କ ଏହି ଘରର ବାଲକୋନିରୁ ଆରବ ସାଗରର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ଯାହା ଘରର ସୌନ୍ଦର୍ଯ୍ୟକୁ ଆହୁରି ବଢାଇଥାଏ । ରୋହିତ ଓ ରିତିକାଙ୍କ ଏହି ସୁନ୍ଦର ଘରର ଝରକାରୁ ସମୁଦ୍ରର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ ।