ଘୁମସର ଜଙ୍ଗଲରେ ଅସୁରକ୍ଷିତ ହାତୀ : ୪ ଦିନରେ ମଲେଣି ଦୁଇ ହାତୀ; କାରଣ ଅସ୍ପଷ୍ଟ ମୃତ୍ୟୁକୁ ନେଇ ଚିନ୍ତାରେ ବନ ବିଭାଗ

71

କନକ ବ୍ୟୁରୋ : ଘୁମୁସର ଜଙ୍ଗଲରେ ହାତୀ ଅସୁରକ୍ଷିତ । ୪ ଦିନରେ ମଲେଣି ଦୁଇ ହାତୀ । ଦକ୍ଷିଣ ବନଖଣ୍ଡର ଶେରଗଡ଼ରେଜଂ ଅନ୍ତର୍ଗତ ଲାଉଗଡ଼ ଠାରେ ଚାଷ ଜମିରେ ଥିବା କାଦୁଅରେ ପଂସିଯାଇ ୩ ମାସର ହାତୀ ଛୁଆର ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଘୁମୁସର ଉତର ବନଖଣ୍ଡର ମୁଜାଗଡ଼ ରେଜଂର ଦୁର୍ଗାପ୍ରସାଦ ଠାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ୪ ଦିନରେ ଦୁଇ ହାତି ମୃତ୍ୟୁ କୁ ନେଇ ଚିନ୍ତାରେ ପଡିଛି ବନ ବିଭାଗ ।

ସୂଚନା ଅନୁଯାୟୀ , ଦୁର୍ଗାପ୍ରସାଦ ନାଳକୁ ହାତି ପଲ୍ଲ ପାଣି ପିଇବା ପାଇଁ ଆସି୍ଥିଲେ । ସେଥି ମଧ୍ୟରୁ ଗୋଟିଏ ହାତି ପାଣି ପିଇ ସାରି ଆଉ ଜଙ୍ଗଲକୁ ପେଂରିନଥିଲା । ସେଠାରେ ହିଁ ଶୋଇ ପଡ଼ିଥିଲା । ସକାଳୁ ଦେଖିବାବେଳକୁ ତାର ମୃତ୍ୟୁ ହୋଇଥିବା ଦେଖି ଗ୍ରାମାବାସୀ ବନ ବିଭାଗକୁ ଖବର ଦେଇଥିଲେ । ସେହିପରି ପାଣି ପିଇବାକୁ ଯାଇଥିବାବେଳେ କାଦୁଅରେ ପଡି ମଙ୍ଗଳବାର ଗୋଟିଏ ଛୋଟ ହାତୀର ମୃତ୍ୟୁ ହୋଇଥିଲା ।

ଡ଼ିଏଫଓ ଅଭୟ କୁମାର ଦଳାଇ ଘଟଣା ସ୍ଥଳକୁ ଯାଇ ହାତୀର ମୃତ ଦେହକୁ ଉଧାର କରି ପୋଷ୍ଟ ମୋର୍ଟମ ରିପୋର୍ଟ ସଂଗ୍ରହ କରିଛନ୍ତି । ତେବେ ହାତୀ ମୃତ୍ୟୁର କାରଣକୁ ନେଇ ସ୍ୱଷ୍ଟ କରିନଥିବାବେଳେ, ଜଳାଭାବରୁ ହାତୀମାନଙ୍କ ମୃତ୍ୟୁକୁ ଅସ୍ୱିକାର କରିହେବନି ବୋଲି ଡ଼ିଏଫଓ କହିଛନ୍ତି ।