ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପଡିଲା ମହଙ୍ଗା । କଡା ଜବାବ ଦେଲା ଭାରତୀୟ ନୌସେନା

2,241

କନକ ବ୍ୟୁରୋ : ଆରବ ସାଗରର ଅଦନ ନିକଟରେ ମାର୍ଚେଣ୍ଟ ସିପ୍ ଉପରେ ଆକ୍ରମଣ ଘଟଣା କମିବାର ନାଁ ନେଉନି । ଏବେ ପୁଣିଥରେ ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ କରାଯାଇଛି   । ଏହି ଆକ୍ରମଣ ଫଳରେ ଜାହାଜରେ ନିଆଁ ଲାଗିଯାଇଥିଲା । ହେଲେ ସମୟ ପୂର୍ବରୁ ନିଆଁକୁ ଆୟତ କରାଯାଇଛି । ଜାହାଜ ଉପରେ ମାଶର୍ନ ଆଇଲାଣ୍ଡର ପତାକା ଲାଗିଥିଲା । ଭାରତୀୟ ନୌସେନାର ସୂଚନା ମୁତାବକ ଗତକାଲି ରାତି ୧୧ ଟା ବେଳେ ଏଭଳି ଡ୍ରୋନ ଆକ୍ରମଣ କରାଯାଇଛି । ଜାହାଜରେ ମୋଟ ୨୨ ଜଣ କ୍ରୁୃ୍ୟ ମେମ୍ବର ରହିଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣ ଭାରତୀୟ । ଆକ୍ରମଣରେ କୌଣସି କ୍ୟୁ ମେମ୍ବରଙ୍କର କିଛି କ୍ଷତି ହୋଇ ନଥିବା କୁହାଯାଇଛି ।

ସୂଚନା ପାଇବା ପରେ ଭାରତୀୟ ନୌସେନା ତରଫରୁ ୱାରସିପ୍ ବିଶାଖପାଟନମକୁ ପଠାଯାଇଥିଲା । ସମୁଦ୍ର ଭିତରେ ହୁତି ବିଦ୍ରୋହୀ ଓ ଜଳ ଦସ୍ୟୁଙ୍କ ଏଭଳି ଆକ୍ରମଣ ଭାରତ ଉପରେ ମଧ୍ୟ ପ୍ରଭାବ ପଡୁଛି । ଉଭୟ ଗୋଷ୍ଠୀ ଅନେକ ସମୟରେ ଭାରତ ଆସୁଥିବା ଜାହାଜଗୁଡିକୁ ଟାର୍ଗେଟ୍ କରୁଛନ୍ତି । ଭାରତୀୟ ନୌସେନାର ସୂଚନା ମୁତାବକ ବୁଧବାର ରାତି ୧୧ ଟାରେ ଡ୍ରୋନ ଆକ୍ରମଣ ଖବର ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସୂଚନା ଥାଉ କି, କିଛି ମାସ ତଳେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲାଗତର ଭାବେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରିଥିଲେ । ଏହାକୁ ନେଇ ଆମେରିକା, ବ୍ରିଟେନ ସମତେ କିଛି ଦେଶ ମିଳିତ ଭାବେ ହୁତି ବିଦ୍ରୋହୀଙ୍କ ବିଭିନ୍ନ ଠିକଣା ଉପରେ ଆକ୍ରମଣ କରିଥିଲେ । ଏହା ସହ ଭାରତ ତରଫରୁ ସମ୍ବେଦନଶୀଳ ଇଲାକାରେ ଯୁଦ୍ଧ ଜାହାଜ ନିୟୋଜିତ କରିଛି । ଜାନ୍ରୁଆରୀ ୪ ତାରିଖରେ ସୋମାଲିଆର ସମୁଦ୍ର ତଟରୁ ଏକ ଜଳ ଜାହାଜକୁ ୍ରଅପହରଣ କରିନେଇଥିଲେ । ଏହି ସୂଚନା ପାଇବା ପରେ ଭାରତୀୟ ନୌସେନା ତରଫରୁ ଅପହୃତ ଜାହାଜର ପିଛା କରି ତାକୁ ଉଦ୍ଧାର କରିଥିଲେ ।