ବଢିଲା ନୌସେନା ଶକ୍ତି : ସାମିଲ ହେଲା ସାଇଲେଂଟ କିଲର ଆଇଏନଏସ ଭେଲା

୪୩ ନୌସେନା ଅଧିକାରୀ ଓ ଯବାନଙ୍କୁ ନେଇ ଥରକରେ ହଜାରେ ୨୦ କିଲୋମିଟର ଯାତ୍ରା କରିବା ରହିଛି କ୍ଷମତା

109

କନକ ବ୍ୟୁରୋ : ବଢିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଅତ୍ୟାଧୁନିକ ବୁଡାଜାହାଜ ଆଇଏନଏସ ବେଲା । କଲବରୀ ଯୁଦ୍ଧ ଜାହାଜର ଚତୁର୍ଥ ସଂସ୍କରଣରେ ନିର୍ମିତ ଆଇଏନଏସ ବେଲା ମୁମ୍ବାଇ ମଝଗାଓଁ ଡକୟାର୍ଡରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଭାରତୀୟ ସେନାରେ ଆଇଏନଏସ କଲବରୀ, ଖଣ୍ଡେରୀ, କରଂଜ ସାମିଲ ହୋଇସାରିଛନ୍ତି । ସମସ୍ତ ବୁଡାଜାହଜ ପ୍ରାନସିସ୍ ସ୍କପ୍ରିୟନ ଶ୍ରେଣୀ ସବମେରାଇନ କୌଶଳରେ ନିର୍ମିତ ହୋଇଛିି । ଯାହାକି ଦୁନିଆର ଅନ୍ୟତମ ଉନ୍ନତମାନର ବୁଡାଜାହଜ ମଧ୍ୟରେ ଅନ୍ୟତମ ।

ଆଇଏନଏସ ବେଲାର ଲମ୍ବା ୭୫ ମିଟର ଓ ଓଜନ ୧୬୧୫ଟନ ରହିଛି । ଏକାସହ ୪୩ଜଣ ନୌସେନା ଅଧିକାରୀ ଓ ଯବାନ ଯାତ୍ରା କରିପାରିବେ । ସମୁଦ୍ର ଭିତରେ ଘଂଟା ପ୍ରତି ୩୭ କିଲୋମିଟର ଯାତ୍ରା କରିପାରିବ ଆଇଏନଏସ ବେଲା । ଥରକେ ୧୦୨୦ କିଲୋମିଟ ଯାତ୍ରା କରିବା ଏହାର କ୍ଷମତା ରଖିଛି । ନିଜ ବେସରୁ ଥରେ ଯାତ୍ରା ଆରମ୍ଭ କଲେ ସମୁଦ୍ର ଭିତରେ ୫୦ଦିନ ରହିବା ନେଇ ଏଥିରେ ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ସୁବିଧା ରହିଛି ।