କନକ ବ୍ୟୁରୋ : ଭାରତ ମହାସାଗରରେ ଚୀନ ସହ ବିବାଦ ଭିତରେ ବଡ଼ ପଦକ୍ଷେପ ନେଇଛି ପ୍ରତିରକ୍ଷା ବିଭାଗ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଂୟଚାଳିତ ମିଶାଇଲ ବିଧୋଂଶକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ଇମ୍ଫାଲକୁ ମଙ୍ଗଳବାର କାର୍ଯ୍ୟରେ ନିୟୋଜିତ କରିଛି । ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଗୁପ୍ତଚରୀ ଯୁଦ୍ଧ ଜାହାଜର ଲୋକାର୍ପଣ କରିଛନ୍ତି । ମଣିପୁରର ରାଜଧାନୀ ଇମ୍ଫାଲର ନାଁରେ ନାମିତ ହୋଇଥିବା ଏହି ଜାହାଜ ବହୁ ବିକଶିତ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଜାହାଜର ନିର୍ମାଣ ଶେଷ ହେବା ପରେ ଗତ ଅକ୍ଟୋବର ୨୦ ତାରିଖରେ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଯାହାକୁ ଏବେ ନୌସେନାରେ ସାମିଲ କରାଯାଇଛି ।
ଋଷ-ୟୁକ୍ରେନ, ଇସ୍ରାଇଲ- ହମାସ ଯୁଦ୍ଧର ଭୟ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ଥିତି ମଜଭୁତ କରିବାରେ ଲାଗିଛି । ଆତ୍ମନିର୍ଭର ଅଭିଯାନରେ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ଏହି କ୍ରମରେ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ଓ ଜ୍ଞାନକୌଶଳରେ ଆଇଏନଏସ୍ ଇମ୍ଫାଲ ନିର୍ମାଣ କରିଛି ଭାରତ ।
ଆଇଏନଏସ୍ ଇମ୍ଫାଲର ଦକ୍ଷତା?
୧୬୩ ମିଟର ଲମ୍ବ, ୭,୪୦୦ ଟନ ଓଜନ ବହନ କ୍ଷମତା
ଭାରତର ଶକ୍ତିଶାଳୀ ଯୁଦ୍ଧଜାହାଜ ମଧ୍ୟରୁ ଅନ୍ୟତମ
ସ୍ଥଳରୁ–ସ୍ଥ୍ଳ, ଜଳରୁ-ଜଳ, ସ୍ଥଳରୁ-ଆକାଶରେ କରିପାରିବ ଆକ୍ରମଣ
ପାଣି ଭିତରେ ବିସ୍ଫୋରକ କ୍ଷେପଣାସ୍ତ୍ର ଟର୍ପିଡୋ ମାଡ କରିପାରିବ
ଜାହାଜ ଉପରେ ୭୭ ମିଲିମିଟରର ସୁପର ର୍ୟାପିଡ୍ ବନ୍ଧୁକ ମୁତୟନ
ଘଂଟା ପ୍ରତି ୫୬ କିଲୋମିଟର ବେଗରେ ଗତି କରିପାରିବ
ବାଇଟ୍- ଆଡମିରାଲ ଆର. ହରି କୁମାର, ନୌସେନା ମୁଖ୍ୟ
ଗତ ନଭେମ୍ବରରେ ଆଇଏନଏସ୍ ଇମ୍ଫାଲରୁ ସୁପରସୋନିକ୍ ବହ୍ମୋସ ମିଶାଇଲ ସଫଳଭାବେ ଲଂଚ କରାଯାଇଥିଲା । ତେବେ ଏହି ଜାହାଜକୁ ପଶ୍ଚିମ ନୌସେନା କମାଣ୍ଡରେ ସାମିଲ କରାଯିବ । ପାଣି ଭିତରେ ଚଳପ୍ରଚଳ କରିପାରୁଥିବା ଆଇଏନଏସ୍ ଇମ୍ଫାଲ ଭାରତର ନୌସେନାର ଶକ୍ତି ବୃଦ୍ଧି କରିବା ସହ ଶତ୍ରୁ ଦେଶକୁ ଚ୍ୟାଲେଞ୍ଜ ଦେବ ବୋଲି କୁହାଯାଉଛି ।