କନକ ବ୍ୟୁରୋ: ମହାରାଷ୍ଟ୍ର ବିଜେପି ନେତା କିରୀଟ ସୋମାୟା ଓ ତାଙ୍କ ପୁଅଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ । ତାଙ୍କ ବିରୋଧରେ ମାମଲା ଦାଏର କରିଛି ମୁମ୍ବାଇ ପୋଲିସ । ଭାରତୀୟ ନୌସେନାର ଜାହାଜ ଆଇଏନଏସ୍ ବିକ୍ରାନ୍ତର ସୁରକ୍ଷା ନାଁରେ ମନ୍ତ୍ରୀ ଚଳୁ କରିନେଇଛନ୍ତି ୫୭ କୋଟି ଟଙ୍କା । ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ଏନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି ।
ସୂଚନା ମୁତାବକ, ଆଇଏନଏସ୍ ବିକ୍ରାନ୍ତ ନୌସେନାରେ ସାମିଲ ହୋଇଥିଲା । ଏହାସହ ୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତେବେ ୧୯୯୭ ରେ ନୌସେନାରୁ ଏହାକୁ ଅବସର ଦିଆଯାଇଥିଲା । ୨୦୧୪ ଜାନୁଆରୀରେ ଅନଲାଇନ୍ ନିଲାମୀରେ ଏହାକୁ ବିକ୍ରି କରାଯାଇଥିଲା । । ସେହିବର୍ଷ ନଭେମ୍ବର ମାସରେ ଏହାକୁ ଭାଙ୍ଗିଦିଆଯାଇଥିଲା ।
ତେବେ ପୂର୍ବତନ ସେନାଧିକାରୀଙ୍କ ଅଭିଯୋଗ ମୁତାବକ, ସେ ସମୟରେ ଆଇଏନଏସର ସୁରକ୍ଷା ପାଇଁ ବିଜେପି ମନ୍ତ୍ରୀ କିରୀଟ ସୋମୟା ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନକୁ ମାଧ୍ୟମ କରି ଅନେକଙ୍କ ଠାରୁ କିରୀଟ ଚାନ୍ଦା ଆଦାୟ କରିଥିଲେ । ଅଭିଯୋଗ କରିଥିବା ସେନାଧିକାରୀଙ୍କ ଠାରୁ ମଧ୍ୟ ଅର୍ଥ ଆଣିଥିଲେ । ଏହି ପରି ମୋଟ ୫୭ କୋଟି ଟଙ୍କା ଆଦାୟ କରିଥିଲେ । ହେଲେ ଏହାକୁ ଠିକ୍ କାର୍ଯ୍ୟରେ ନଲଗାଇ ନିଜେ ତୋଷାରପାତ କରିଥିବା ଅଭିଯୋଗ ହୋଇଛି ।