କନକ ବ୍ୟୁରୋ: ଓଡ଼ିଶାକୁ ଆଖି ଦେଖାଇ ମାଡ଼ି ଆସୁଛି ‘ୟାସ’ । ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟା ୟାସର ପ୍ରଭାବ ଉପରେ ସତର୍କ ନଜର ରଖିଛି ଭାରତୀୟ ନୌସେନା । ଜଳପଥରେ ଉଦ୍ଧାର କାର୍ଯ୍ୟ ପାଇଁ ଆଇଏନଏସ ଚିଲିକାକୁ ପ୍ରସ୍ତୁତ ରଖାଯାଇଛି । ତେବେ ଆବଶ୍ୟକସ୍ଥଳେ ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ଓଡିଶା ଦାୟିତ୍ୱରେ ଥିବା ନୌସେନା ଅଧିକାରୀ କମୋଡର ଏନପି ପ୍ରଦୀପ ।
ତେବେ ବର୍ତମାନ ବାତ୍ୟା ‘ୟାସ୍’ ପାରାଦୀପ ଠାରୁ ୨୨୦ କିମି ଦୂରରେ ରହିଛି । ବଙ୍ଗୋପସାଗରରେ ଏହା ଭୀଷଣ ବାତ୍ୟା ଅକାରରେ ଘଂଟାକୁ ୧୬ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୨୨୦ କିଲୋମିଟର ଓ ବାଲେଶ୍ୱରରୁ ୩୩୦ କିଲୋମିଟର ଦୂରରେ ରହିଛି । ପଶ୍ଚିମବଙ୍ଗ ନିକଟ ସାଗର ଦୀପ ଠାରୁ ୩୨୦ କିମି ଦୂରରେ ରହିଛି । ତେବେ କାଲି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/29-6.jpg)