କନକ ବ୍ୟୁରୋ : ତୃତୀୟ ଲହରକୁ ମାତ ଦେବାକୁ ହେଲେ ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏଥିପାଇଁ ସାରାଦେଶରେ ଜୁନ୍ ୨୧ରୁ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଇଥିଲା । କିନ୍ତୁ ଏବେ ଟିକା ଅଭାବ ଏହି ଅଭିଯାନକୁ ବାଟବଣା କରି ଦେଇଛି ।
ପ୍ରତ୍ୟେକ ଦିନ କମି କମି ଚାଲିଛି ଟିକାକରଣ । ଗତକାଲି ରାଜ୍ୟରେ ମାତ୍ର ୧୨୩ଟି କେନ୍ଦ୍ରରେ ୩୫ ହଜାର ୫୪୪ ଟିକା ଦିଆଯାଇଛି । ଆଜି ମଧ୍ୟ ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଆଜି ମାତ୍ର ୧୦୨ଟି କେନ୍ଦ୍ରରେ ଟିକା ଦିଆଯିବ । ଏହା ଭିତରେ ଗତକାଲି ରାଜ୍ୟକୁ ମାତ୍ର ୧ଲକ୍ଷ କୋଭିିସିଲ୍ଡ ଟିକା ଆସିଥିଲାବେଳେ ଆଜି ୧୦ଲକ୍ଷ ଡୋଜ୍ ଆସିବାର ଅଛି । ତେବେ ଟିକା ଅଭାବ, ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି ।