କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ଆଦିବାସୀଙ୍କ ପ୍ରତିବାଦ । ଅଭିନବ ଢଙ୍ଗରେ ଆଦିବାସୀ ନୃତ୍ୟୁ ପରିବେଷଣ କରି ପ୍ରତିବାଦ କରୁଛନ୍ତି ସୁନ୍ଦରଗଡର ଆଦିବାସୀ । ସୁନ୍ଦରଗଡର ଲାଞ୍ଜିବେର୍ଣ୍ଣା ଖଣି ସମ୍ପ୍ରସାରଣର ଜମି ଲିଜର ବିରୋଧରେ ଚାଲିଛି ପ୍ରତିବାଦ । ଜିଲ୍ଲା ପ୍ରଶାସନର ଜମି ଅଧିଗ୍ରହଣ ନିଷ୍ପତିକୁ ବିରୋଧ କରି ଗତ କିଛି ଦିନ ହେଲା ଭୁବନେଶ୍ୱରରେ ସରକାରଙ୍କ ଜମି ଅଧିଗ୍ରହଣ ନିଷ୍ପତିକୁ ବିରୋଧ କରୁଛନ୍ତି ଆଦିବାସୀ ପରିବାର ।
ଜିଲ୍ଲା ପ୍ରଶାସନ ଚକ୍ରାନ୍ତ କରି ଓସିଏଲ କମ୍ପାନୀକୁ ଜମି ଦେବାକୁ ଯୋଜନା କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଜମି ଅଧିଗ୍ରହଣ ହେଲେ ୫ହଜାର ପରିବାର ଚାଷ ଜମି ହରାଇବା ସହ ଏକ ହଜାର ପରିବାର ବିସ୍ଥାପତି ହେବେ ବୋଲି ଅଭିଯୋଗ କରିଛନ୍ତି । ତେଣୁ ମରିବେ ପଛେ ଜମି ଛାଡିବେ ନାହିଁ ବୋଲି ଚେତାଇ ଦେଇଛନ୍ତି ଆଦିବାସୀ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/46-4.jpg)