ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ଅଭିନବ ପ୍ରତିବାଦ : ମନ୍ଦିର ଖୋଲିବା ଦାବିରେ ଲୋୟର ପିଏମଜିରେ ପ୍ରତିବାଦ

82

କନକ ବ୍ୟୁରୋ : ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ଅଭିନବ ପ୍ରତିବାଦ। କରୋନା ପାଇଁ ବନ୍ଦ ରହିଥିବା ରାଜ୍ୟର ସମସ୍ତ ଦେବାଳୟକୁ ଯଥାଶୀଘ୍ର ଖୋଲିବାକୁ ଲୋୟର ପିଏମଜିରେ ଗୀତା ପାଠ କରି ପ୍ରତିବାଦ କରିଛନ୍ତି ଓଡ଼ିଶା ବ୍ରାହ୍ମଣ ସମାଜ । ବ୍ରାହ୍ମଣମାନଙ୍କୁ ସହାୟତା ଦାବି ପ୍ରତିବାଦରେ ବିଧାନସଭା ସମ୍ମୁଖରେ ସାତ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଛି । ୯ ମାସରୁ ଅଧିକ ହେବ ବନ୍ଦ ରହିଥିବା ମନ୍ଦିରକୁ ଖୋଲିବା ଏବଂ ଧାର୍ମିକ ସମାବେଶ ଉପରୁ ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି । ଏହା ସହ ଓଡ଼ିଶାର ସମସ୍ତ ବ୍ରାହ୍ମଣ ପରିବାରକୁ ରାସନ କାର୍ଡ଼ ଦେବାକୁ ଦାବି କରିଛନ୍ତି ବ୍ରାହ୍ମଣ ସମାଜ ।