କନକ ବ୍ୟୁରୋ: ବୃଦ୍ଧାଙ୍କୁ ଖଟିଆରେ ବସାଇ ପ୍ରତିବାଦ କରାଯାଉଛି । ବାର୍ଦ୍ଧକ୍ୟ ଭତାରୁ ବଞ୍ଚିତ ହିତାଧିକାରୀଙ୍କୁ ତୁରନ୍ତ ଭତା ପ୍ରଦାନ ପାଇଁ ଦାବିରେ ଶୋଭଯାତ୍ରା । ଖଟିଆରେ ବୃଦ୍ଧାଙ୍କୁ ବସାଇ ବିକ୍ଷୋଭକାରୀମାନେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ଦାଦନ ପ୍ରବଣ ବେଲପଡା ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ଭତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ କୋଶଲ ମୁକ୍ତି ମୋର୍ଚ୍ଚାର ସଦସ୍ୟ ଓ ଭତା ବଣ୍ଟନରୁ ବଞ୍ଚିତ ହିତାଧିକାରୀ ବିକ୍ଷୋଭ କରିଛନ୍ତି । ଏଥିସହ

Advertisment

ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ । ଆବେଦନ ଖାରଜ ହୋଇଥିଲେ ଯାଞ୍ଚ କରି ତୁରନ୍ତ ଭତ୍ତା ପ୍ରଦାନ ।ଭତ୍ତା ଟଙ୍କା ୩୦୦୦କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଏନେଇ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

ବଲାଙ୍ଗିର ଜିଲ୍ଲାର ପଛୁଆ ଅଞ୍ଚଳ ବେଲପାହାଡ ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ଭତା ବଂଟନରୁ ବାଦ ପଡିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ବି ପ୍ରଶାସନ ନଶୁଣିବାରୁ ଖଟିଆରେ ବୃଦ୍ଧାଙ୍କୁ ବୋହି ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି ।