କନକ ବ୍ୟୁରୋ : ମାଇକ ଯୋଗେ ପାଠପଢା । ପିଲାଙ୍କୁ ସ୍କୁଲ ଠାରୁ ଦୂରେଇ ଦେଇଛି କରୋନା ମହାମାରୀ । ଆଉ  ମାଇକରେ ପିଲାଙ୍କୁ ପଠା ପଢାଉଛନ୍ତି ଶିକ୍ଷକ । ଏଭଳି ଚିତ୍ର ଆସିଛି ଛତିଶଗଡର ଆଦିବାସୀବହୁଳ ବସ୍ତର ଅଂଚଳରୁ ।  ଏଠାରେ ପିଲାଙ୍କ ପାଖରେ  ମୋବାଇଲ ନାହିଁ କି ଲ୍ୟାପଟପ ନାହିଁ କି କମ୍ପ୍ୟୁଟର ନାହିଁ ।  ଇଂଟରନେଟ ନଥିବାରୁ  ପିଲାମାନେ ପାଠ ପଢିପାରୁନାହାନ୍ତି । ତେଣୁ ଗଛରେ  ମାଇକ ବାନ୍ଧି  ଗୋଟିଏ ସ୍ଥାନରେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଛତିଶଗଡ ସରକାରଙ୍କ ଉଦ୍ୟମରେ ପ୍ରଥମ ପର୍ଯ୍ୟାୟରେ ବସ୍ତର ଜିଲ୍ଲା ଦୁର୍ଗମ ଭଟପାଲ ଗ୍ରାମପଂଚାୟତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏ

Advertisment

ହି କାର୍ଯ୍ୟକ୍ରମର ନାଁ ରହିଛି ଆମଚୋ ବସ୍ତର ରେଡିଓ  ।  କେବଳ ପିଲାଙ୍କୁ ପାଠପଢା ନୁହେଁ, ବରଂ କରୋନା ମହାମାରୀ ସମୟରେ  ଲୋକଙ୍କୁ ସ୍ୱାସ୍ଥ୍ୟ, କୃଷି ଭଳି କ୍ଷେତ୍ରରେ ଲୋକଙ୍କୁ ସଚେତନ କରାଯାଇପାରୁଛି ।  ଅଗଷ୍ଟ ୧୫ରୁ ଏହାକୁ ଅନ୍ୟଆଡେ  ଆରମ୍ଭ କରାଯିବ ।