ଏମିତି ଚାଲିଥିଲା ଛେଳି ଚୋରି । ମୁହଁରେ ସେଲୋ ଟେପ୍ ମାରି କରାଯାଉଥିଲା ଚୋରାଚାଲାଣ ।

178

କନକ ବ୍ୟୁରୋ : ଆପଣ ଚୋରି ଦେଖିଥିବେ । ହେଲେ ଏପରି ଚୋରି ବିଷୟରେ ଆପଣ କେବେ ଶୁଣିନଥିବେ । ଛେଳି ଚୋରି କରିବାର ଏକ ଅଭିନବ ଉପାୟ ଦେଖିବାକୁ ମିଳିଛି କାକଟପୁର ଅଞ୍ଚଳରେ । ରାତିରେ ଆଖପାଖ ଅଞ୍ଚଳରୁ ଛେଳି ଚୋରି କରିବା ପରେ ଧରା ନପଡିବା ପାଇଁ ଛେଳି ମୁହଁରେ ସେଲୋ ଟେପ୍ ମାରି କରାଯାଉଛି ଚାଲାଣ ।

ଛେଳିଙ୍କ ମୁହଁରେ ସେଲୋ ଟେପ୍ । ହଳଦିଆ ରଙ୍ଗର ଏହି ସେଲୋ ଟେପକୁ ଛେଳିଙ୍କ ମୁହଁରେ ଲଗାଇ ଗାଡିରେ ଭର୍ତି କରାଯାଇଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଛେଳିଙ୍କ ମୁହଁରେ ସେଲୋ ଟେପ୍ ମାରି ଚୋରାଚାଲାଣ କରାଯାଉଛି । ଚାଲାଣବେଳେ ଛେଳିମାନେ ଯେପରି ନ ବୋବାଇ ପାରିବେ ସେଥିପାଇଁ ସେମାନଙ୍କ ମୁହଁରେ ଏହି ସେଲୋ ଟେପ୍ ଲଗାଯାଇଛି । କାକଟପୁର, ଅସ୍ତରଙ୍ଗ, କୋଣାର୍କ, ନିଆଳି ସମେତ କଟକ ଏବଂ ପୁରୀ ଜିଲ୍ଲାର କେତଳ ଅଞ୍ଚଳରୁ ବିଗତ କିଛି ଦିନ ହେବ ଏମିତି ଢଙ୍ଗରେ ଛେଳି ଚୋରି କରାଯାଉଥିବା ବେଳେ ଧରାପଡିଛି ।

ଏସବୁ ଅଞ୍ଚଳରୁ ଛେଳି ଚୋରି ନେଇ ବାରମ୍ବାର ଅଭିଯୋଗ କରିବା ପରେ ପୋଲିସ ଚୋରକୁ ଧରିବା ପାଇଁ ସଜାଗ ରହିଥିଲା । ଛେଳିମାନଙ୍କୁ ବାହାରକୁ ଚାଲାଣ କରାଯାଉଥିବା ବେଳେ କାକଟପୁର ପୋଲିସ ଚଢାଉ କରିଥିଲା । ଏକ ଗୁହାଳ ଘରୁ ୨୨ଟି ଛେଳି ଜବତ କରିଥିଲା ପୋଲିସ । ଛେଳିଙ୍କ ମୁହଁରେ ସେଲୋ ଟେପ୍ ମରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।