ପ୍ରଦୂଷଣକୁ ରୋକିବାକୁ ୩ ବନ୍ଧୁଙ୍କ ନିଆରା ଆବିଷ୍କାର : ପ୍ରଥମ ବିନା ଫିଲଟର ଆଉଟଡୋର ଏୟାର ପ୍ୟୁରିଫାୟର ମେସିନ୍ ତିଆରି କରି ଚର୍ଚ୍ଚାରେ ୩ ଯୁବକ ।

122

ଶିଳ୍ପାୟନ, ସହରୀକରଣ, ଆଧୁନିକରଣ ମୋହରେ ମଣିଷ ସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ଏହାରି ମଧ୍ୟରେ ବିଗତ ୩ ବର୍ଷ ହେଲା ସ୍ୱଚ୍ଛତାକୁ ନେଇ ଦେଶରେ ୧ ନମ୍ବର ସହର ପାଲଟିଛି ଇନ୍ଦୋର । ଆଉ ଏହି ସହରର ୩ ଜଣ ବନ୍ଧୁ ପ୍ରଦୂଷଣକୁ ହଟାଇବା ପାଇଁ ମନକୁ ଦୃଢ଼ କରିଛନ୍ତି ।

ଏହି ଯୁବକମାନେ ବିଶ୍ୱର ପ୍ରଥମ ବିନା ଫିଲଟର ଆଉଟଡୋର ଏୟାର ପ୍ୟୁରିଫାୟର ମେସିନ୍ ତିଆରି କରିଛନ୍ତି । ନିର୍ମିତ ପ୍ରଡକ୍ଟକୁ ବଜାରକୁ ଛାଡିବା ପାଇଁ ‘ନୋବୋର୍ବିସ୍ ଆଇଟିସ୍ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ଷ୍ଟାଟ୍ ଅପ୍ ଆରମ୍ଭ କରିଛନ୍ତି। ନୋବୋର୍ବିସର ରିସର୍ଚ୍ଚ ଏବଂ ଡେଭଲମେଣ୍ଟ ହେଡ୍ ହର୍ଷ ନିଖରା କହିଛନ୍ତି , ଏହି ପ୍ରୋଜେକ୍ଟଟି ଆମ ୩ ଜଣ ବନ୍ଧୁଙ୍କର ମିଳିତ ଉଦ୍ୟମ । ଗଗନ ତ୍ରିପାଠୀ ଟେକ୍ନିକଲ୍ ଆଣ୍ଡ ମ୍ୟାନୁଫାକ୍ଚରିଂ ହେଡ୍ , ଓ ଦିବ୍ୟାଙ୍କ ଗୁପ୍ତା , ମାର୍କେଟିଂ ଆଣ୍ଡ ମ୍ୟାନେଜମେଣ୍ଟ ହେଡ୍ । ତିନି ବନ୍ଧୁ ଇନ୍ଦୋରରେ ଥିବା ଏକ୍ରୋ ପୋଲିସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ କଲେଜର ଇଲେକ୍ଟ୍ରୋନିକ୍ ଆଣ୍ଡ କମ୍ୟୁନିକ୍ସନ ଇଞ୍ଜିନିୟରିଂ ଛାତ୍ର ।

୩ ବନ୍ଧୁ କୁହନ୍ତି ଆମେ ଦୁନିଆକୁ କିଛି ନୂଆ କରି ଦେଖାଇବା ପାଇଁ ଏହି ପ୍ୟୁରିଫାୟରକୁ ତିଆରି କରିଛୁ । ପଢା ସମୟରେ ଦେଶ ପାଇଁ ତଥା ସମାଜର ମଙ୍ଗଳ ସକାଶେ ଏଭଳି କିଛି କରିବା ପାଇଁ ଏହି ତିନି ବନ୍ଧୁଙ୍କ ମୁଣ୍ଡକୁ ଏହି ଉପାୟ ଜୁଟିଥିଲା । ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ବେଳେ , ଏମାନଙ୍କ ପାଖକୁ ଅଚାନକ ଯମୁନା ଏକ୍ସପ୍ରେସ୍ ହାଇୱେର ଏକ ଭିଡ଼ିଓ ମେସେଜ୍ ଆସିଲା । ସେଥିରେ ଦେଖିବାକୁ ପାଇଲେ କୁହୁଡ଼ି ଓ ପ୍ରଦୁଷଣ କାରଣରୁ ୧୩ଟି ଗାଡ଼ି ଏକାଥରେ ପରସ୍ପର ସହ ଧକ୍କା ହୋଇଥିଲେ । ଲୋକେ ଗାଡ଼ିରୁ ବାହାରିବାର ବିକଳ୍ପ ବି ନଥିଲା । ଏହି ଘଟଣା ଏହି ୩ ଯୁବକଙ୍କ ମନରେ ଖୁବ୍ ଆଘାତ ଦେଇଥିଲା ଏବଂ ଏହା ବିରୁଦ୍ଧରେ କିଛି କରିବା ପାଇଁ ସେମାନେ ସଂକଳ୍ପ ନେଲେ ।

ଏୟାର ପ୍ୟୁରିଫାୟର ତିଆରି କରିବାର ପାଇଁ ରିସର୍ଚ୍ଚରେ ଲାଗିପଡିଲେ ଏହି ୩ ବନ୍ଧୁ । ୨୦୧୮ର ପ୍ରାରମ୍ଭରେ ଏକ ଛୋଟ ଘର ୯ମାସ ପାଇଁ ଭଡ଼ାରେ ନେଲେ । କଲେଜ୍ ପରେ ସେମାନେ ସିଧା ଏହି ଘରେ ପହଁଞ୍ଚି ଯାଉଥିଲେ ଆଉ ରିସର୍ଚ୍ଚରେ ଲାଗି ଯାଉଥିଲେ । ସେମାନେ ନିଜର ଏୟାର ପ୍ୟୁରିଫାୟର ଏହି ଛୋଟ ଘରେ ତିଆରି କଲେ । ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓ ଟେକ୍ନୋଲୋଜିରେ କାମ କରିବା ପରେ ଡିସେମ୍ୱର ୨୦୧୯ ରେ ବଜାରକୁ ଛାଡିଲେ ପ୍ରଡକ୍ଟ। ଏବେ ସୁଦ୍ଧା ୮୦ ହଜାର ଟଙ୍କାର ଏୟାର ପ୍ୟୁରିଫାୟର ବିକ୍ରି କରିସାରିଲେଣି ଏହି ୩ ଯୁବକ। ତାଙ୍କର ଏହି ଉତ୍ପାଦ ୧୬ ହଜାରରୁ ନେଇ ୨ ଲକ୍ଷର ଦାମ୍ ଯାଏଁ ଅଛି । ୧୬ ହଜାର ଟଙ୍କିଆ ପ୍ୟୁରିଫାୟର ବଡ଼ ବଡ଼ ଭୋଜନାଳୟ ଓ ୨ ଲକ୍ଷ ଟଙ୍କିଆ ମେସିନ୍ କୌଣସି ବଡ଼ ସ୍ଥାନର ବାୟୁକୁ ଶୁଦ୍ଧ କରିବା ପାଇଁ ବ୍ୟବହାର କରାଯାଇପାରିବ ।

ବର୍ତ୍ତମାନ ଏହି ୩ ଜଣ ଯୁବକ ନିଜର ଏହି ଷ୍ଟାର୍ଟଅପ୍ ପାଇଁ ଖୁବ୍ ନାମ କମାଇ ସାରିଲେଣି । ଇଣ୍ଡଷ୍ଟ୍ରିଜ୍ , କର୍ପୋରେଟ୍ ଅଫିସ୍ , ସମାରୋହ ଓ ଆହୁରି ଅନେକ ବଡ଼ ବଡ଼ ଗହଳିପୂର୍ଣ୍ଣ ସ୍ଥାନରେ ବାୟୁକୁ ଶୁଦ୍ଧ କରିବାରେ ଏହି ଉପକରଣ ସହାଯ୍ୟ କରୁଛି । ଏଭଳି ନିଆରା ଆବିଷ୍କାର ପାଇଁ ୩ ଜଣ ଯୁବକଙ୍କୁ ମିଳିଛି ଅନେକ ପ୍ରଶଂସା ଓ ପୁରସ୍କାର । ମିନିଷ୍ଚ୍ଅଫ୍ ହ୍ୟୁମାନ୍ ରିର୍ସୋସେସ୍ ,ଭାରତ ସରକାର ଦ୍ୱାରା ଦେଶର ଟପ୍ ୫ଟି ଇନୋଭେଟର୍ସ ଲିଷ୍ଟରେ ସାମିଲ୍ ହୋଇ ପୁରସ୍କାର ଜିତିଛନ୍ତି ।