କନକ ବ୍ୟୁରୋ: ଉତ୍ତରପ୍ରଦେଶ ରାଜଧାନୀରେ ଏକ ଦୁଃଖଦ ଦୁର୍ଘଟଣା ସାମ୍ନାକୁ ଆସିଛି । ନିଜ ବାପାଙ୍କ ସହ ଅଟା ପେଶିବା ବେଳେ ଚକିରେ ଫସିଯାଇଥିଲା ଶିଶୁ । ବାପାଙ୍କ ଆଗରେ ହିଁ ଶିଶୁଟିର ମୃତ୍ୟୁ ହୋଇଛି । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ଆରମ୍ଭ କରିଦେଇଛି ।
ଗୋସାଇଗଞ୍ଜ ଥାନା ଅଞ୍ଚଳର ରହମତ ନଗରରେ ଜୟ କୁମାର ନିଜ ପରିବାର ସହ ରହିଥାନ୍ତି । ରାଜକୁମାରଙ୍କ ଛୋଟ ପୁଅ ଅଭୟ ୫ମ ଶ୍ରେଣୀରେ ପଢୁଥିବା ବେଳେ ଘରେ ଅଟା ଶେଷ ହୋଇଯାଇଥିଲା । ରାଜକୁମାର ଗହମ ପେଶିବା ପାଇଁ ସ୍ଥାନୀୟ ଏକ ମିଲ ଘରକୁ ଯାଇଥିଲେ । ତେବେ ଏହି ସମୟରେ ତାଙ୍କ ପଛରେ ଯାଇଥିବା ଶିଶୁଟି ଚକିରେ ଫସିଯାଇଥିଲା । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/hdhdhhdhdhdhd.jpg)