ଓଡିଶାରୁ ହଟିଲା ନାଇଟ୍ କର୍ଫ୍ୟୁ । ନୂଆ ଗାଇଡଲାଇନରେ ରାତ୍ରୀକାଳୀନ କର୍ଫ୍ୟୁ ଉଠାଇଲେ ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ କେନ୍ଦ୍ର ସରକାର

1,245

କନକ ବ୍ୟୁରୋ: ହଟିଲା ନାଇଟ କର୍ଫ୍ୟୁ । ନୂଆ ଗାଇଡଲାଇନରେ ନାଇଟ କର୍ଫ୍ୟୁ ହଟାଇଲେ ସରକାର । ରାତ୍ରୀକାଳୀନ କର୍ଫ୍ୟୁ ନେଇ ନୂଆ ଗାଇଡଲାଇନରେ କିଛି ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ବି ଅଗଷ୍ଟରେ ଓଡିଶା ସରକାର ଏହାକୁ ବଳବତ୍ତର ରଖିଥିଲେ । ମାତ୍ର ସେପ୍ଟେମ୍ବର ପାଇଁ ହଟିଛି କର୍ଫ୍ୟୁ ।

ଶନିବାର କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଦେବା ପରେ ଅଗଷ୍ଟ ଅବଧି ସରିବାର ଦିନକ ପୂର୍ବରୁ ରାଜ୍ୟ ଦେଇଛି ନୂଆ ଗାଇଡଲାଇନ । ସେପ୍ଟେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ । ଅନଲକ ୪.୦ରେ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଯେଉଁଥିରେ ଶନିବାର ଓ ରବିବାର ସଟଡାଉନ ବି ହଟାଯାଇଛି । । ୪ ଜିଲ୍ଲାରେ ଥିବା ସପ୍ତାହାନ୍ତ ସଟଡାଉନ ହଟିଲା । ତେବେ ନୂଆ ଗାଇଡଲାଇନରେ ସଟଡାଉନ ରହିବା କଥା ମଧ୍ୟ ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର ।

ଅନ୍ୟପଟେ କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏଁ ଲକଡାଉନ । ସେପ୍ଟେମ୍ବର ୩୦ ଯାଏଁ ଖୋଲିବନି ଧର୍ମାନୁଷ୍ଠାନ । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଚାଲିବ । ସିନେମା ହଲ, ଥିଏଟର, ଅଡିଟୋରିୟମ, ସୁଇମିଂ ପୁଲ ବନ୍ଦ । ସାଂସ୍କୃତିକ, ରାଜନେତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ । ସେପ୍ଟେମ୍ବର ୧ରୁ ଚାଲିବ ପାସେଞ୍ଜର ବସ୍ । ରାଜ୍ୟ ଭିତରେ ଏହି ବସ ଚଳାଚଳ କରିବ । ସେପ୍ଟେମ୍ବର ୨୧ ପରେ ଖୋଲିବ ଓପନ ଥିଏଟର ।