କନକ ବ୍ୟୁରୋ: କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ କରିଛନ୍ତି ଅସନ୍ତୁଷ୍ଟ ଯୁବକ । ମୁହଁରେ ମୁଖା ପିନ୍ଧି ଆସି କାଳିମାଡ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କାଳିମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ନିର୍ବାଚନ ପରିଚାଳନାକୁ ନେଇ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ତେବେ କାଳି ମାଡର ସଠିକ କାରଣ ଏଯାଏଁ ଜଣାପଡିନାହିଁ ।
ଭିଡିଓ ଅନୁସାରେ କିଛି ଯୁବକ କର୍ମୀ ଶରତଙ୍କ ରୁମ ଭିତରକୁ ପଶିଲେ । ତାଙ୍କ ସହ କଥା ହୋଇ ହାତ ମଧ୍ୟ ମିଳାଇଲେ । କିନ୍ତୁ ହଠାତ୍ ଲୁଚାଇ ରଖିଥିବା କାଳି ବୋତଲ ବାହାର କରି ତାଙ୍କ ଉପରକୁ କାଳି ଛାଟି ଦେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ମୁହଁରେ ମୁଖା ପିନ୍ଧିଥିବାବେଳେ ଆଉ କିଛି ଖୋଲା ମୁହଁରେ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/20-15.jpg)