କନକ ବ୍ୟୁରୋ : ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ କରିଥିବା ଅଭିଯୁକ୍ତ ଯୁବକଙ୍କ ପରିଚୟ ମିଳିଛି । କାଳିମାଡ କରୁଥିବା ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଭାସ୍କର । ୫-ଟି ସଚିବଙ୍କୁ କାଳିମାଡ କରିବା ପରେ ଭାସ୍କରଙ୍କୁ ପୋଲିସ କାବୁ କରିବା ସହ ନିଜ ହେପାଜତରେ ରଖିଛି ।
ଆଜି ପୁରୀ ଗସ୍ତର ଦ୍ୱିତୀୟ ଦିନରେ ସତ୍ୟବାଦୀରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ସତ୍ୟବାଦୀର ୟୁଜିଏସ କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ୫-ଟି ସଚିବଙ୍କୁ କାଳିମାଡ କରିଥିଲେ ଭାସ୍କର । କେବଳ ୫-ଟି ସଚିବ ନୁହଁନ୍ତି ଜିଲ୍ଲାପାଳଙ୍କୁ ମଧ୍ୟ କାଳିମାଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/1_00000-12.jpg)