କନକ ବ୍ୟୁରୋ: ଆଘାତ ପ୍ରାପ୍ତ ତମ୍ପ ସାପର ରାସ୍ତାରୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା କୁଆମାର ନିକଟରେ । ମଣିଷର ଯେମିତି କିଛି ଅସୁବିଧା ହେଲେ ରାସ୍ତା ରୋକ ଆନ୍ଦୋଳନ କରି ପ୍ରତିବାଦ କରିଥାନ୍ତି ସେହିପରି ଏହି ତମ୍ପ ସାପ ମଧ୍ୟ ରାସ୍ତାରୋକ କରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।
ଗତକାଲି ରାତିରେ ସେହି ବାଟ ଦେଇ କୌଣସି ଗାଡ଼ି ଯାଉଥିବା ବେଳେ ସାପଟିକୁ ଆଘାତ ଦେଇ ଚାଲି ଯାଇଥିଲା । ଏହା ପରେ ସାପଟି ଅନେକ ସମୟ ଧରି ରାସ୍ତାରେ ଫଣାଟେକି ରହିବା ସହ ଯାତାୟତ କରୁଥିବା ଲୋକଙ୍କୁ ଗୋଡ଼ାଇଥିଲା । କିଛି ସମୟ ପାଇଁ ରାସ୍ତାରେ ଗାଡ଼ି ଅଟକି ଯାଇଥିଲା । କିଛି ଯୁବକ କୌଶଳ କ୍ରମେ ସାପଟିକୁ ଆଣି ପଡ଼ିଆରେ ଛାଡ଼ି ସ୍ନେକ ହେଲଫ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/vlcsnap-2021-03-29-09h54m16s75.png)