କନକ ବ୍ୟୁରୋ: ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିବା ଦନ୍ତା ହାତୀକୁ ଶେଷରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଦଉଡି ଲଗାଇ ହାତୀକୁ ଉଦ୍ଧାର କରାଯାଇଛି ।

Advertisment

ହାତୀର ଗୋଡରେ କ୍ଷତ ହୋଇଥିବାରୁ ସେ ଠିକ୍ ଭାବେ ଛିଡା ହୋଇପାରୁନି । ହାତୀକୁ ଉଦ୍ଧାର କରିବା ପରେ ଚିକିତ୍ସା ପାିଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ସାତକୋଶିଆ, ଓୟୁଏଟି ଓ ନନ୍ଦନକାନନରୁ ଆସିଛନ୍ତି ବିଶେଷଜ୍ଞ ଦଳ । ମେ’ ୨୯ ତାରିଖରେ ହାତୀକୁ ଆହତ ଅବସ୍ଥାରେ ମାର୍ଗାବାରୀ ଗାଁ ଜଙ୍ଗଲରେ ବନ ବିଭାଗ ଠାବ କରିଥିଲା । ବିଶେଷଜ୍ଞ ଟିମ୍ ହାତୀର ଚିକିତ୍ସା କରିଥିଲେ । ହାତୀର ଗୋଡ ପାଖରେ ଗଭୀର କ୍ଷତ ରହିଥିଲା । ଦନ୍ତାକୁ ଟ୍ରାଙ୍କୁଲାଇଜର ଦେଇ ଆବଶ୍ୟକ ଇଞ୍ଜେକସନ୍ ଏବଂ ଔଷଧ ଦିଆଯାଇଥିଲା । ମାସେ ଭିତରେ ହାତୀ ସୁସ୍ଥ ହୋଇଯିବ ବୋଲି ଆଶା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ସେ ସୁସ୍ଥ ହୋଇପାରିନାହିଁ ।