ପାଳଗଦାରେ ନିଆଁ ଲାଗି ପୋଡି ଯାଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ହସ୍ପିଟାଲରେ କରାଯାଇଥିଲା ଭର୍ତ୍ତି

336

କନକ ବ୍ୟୁରୋ: ପାଳଗଦାରେ ନିଆଁ ଲାଗି ପୋଡି ଯାଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି  । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ପୁଅ ଓ ଜଣେ ଝିଅ ଥିବା ସୂଚନା ମିଳିଛି । ଅନ୍ୟ ଜଣଙ୍କର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ଚାଲିଛି । ପାଳଗଦାରେ ଶିଶୁମାନଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିଲା ।

ପୋଲସରା ଅନ୍ତର୍ଗତ ଖରିଛଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଆଜି ସକାଳେ ପାଳ ଗଦାରେ ଖେଳୁଥିବା ବେଳେ, ପାଳ ଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର ହୋଇପଡିଥିଲେ । ଗୁରୁତର ୪ ପିଲାଙ୍କ ମଧ୍ୟରେ ତିନି ଜଣ ପୁଅ ଜଣେ ଝିଅ ଥିଲା । ପାଳଗଦାରେ ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ କାରଣ ଜଣାପଡିନାହିଁ । ସମସ୍ତ ପିଲାଙ୍କ ବୟସ ୭ରୁ ୯ ବର୍ଷ ମଧ୍ୟରେ ହୋଇଥିବା ସୂଚନା ।