କନକ ବ୍ୟୁରୋ: ପାଳଗଦାରେ ନିଆଁ ଲାଗି ପୋଡି ଯାଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ପୁଅ ଓ ଜଣେ ଝିଅ ଥିବା ସୂଚନା ମିଳିଛି । ଅନ୍ୟ ଜଣଙ୍କର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ଚାଲିଛି । ପାଳଗଦାରେ ଶିଶୁମାନଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିଲା ।
ପୋଲସରା ଅନ୍ତର୍ଗତ ଖରିଛଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଆଜି ସକାଳେ ପାଳ ଗଦାରେ ଖେଳୁଥିବା ବେଳେ, ପାଳ ଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର ହୋଇପଡିଥିଲେ । ଗୁରୁତର ୪ ପିଲାଙ୍କ ମଧ୍ୟରେ ତିନି ଜଣ ପୁଅ ଜଣେ ଝିଅ ଥିଲା । ପାଳଗଦାରେ ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ କାରଣ ଜଣାପଡିନାହିଁ । ସମସ୍ତ ପିଲାଙ୍କ ବୟସ ୭ରୁ ୯ ବର୍ଷ ମଧ୍ୟରେ ହୋଇଥିବା ସୂଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/10-9.jpg)
/kanak/media/post_attachments/wp-content/uploads/2020/02/9-7.jpg)