ଆଠମଲ୍ଲିକରୁ ଆସିଲା ଅଭାବନୀୟ ଖବର । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ଇଂଜେକସନ ଦେଇଥିଲେ ନର୍ସ : ଦେହରେ ରହିଗଲା ଅଧା ଭଙ୍ଗା ଛୁଞ୍ଚି

787

କନକ ବ୍ୟୁରୋ : ଆଠମଲ୍ଲିକରୁ ଆସିଛି ଅଭାବନୀୟ ଖବର । ଶିଶୁପୁତ୍ରର ଚିକିତ୍ସା କରାଇବାକୁ ମାସକ ତଳେ ଆଣିଥିଲେ ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ । ଏଠାରେ ଶିଶୁପୁତ୍ରଟିକୁ ନର୍ସ ପୁନମ ହାସିଦୀ ଦେଇଥିଲେ ଏକ ଇଂଜେକସନ୍ । ଏତିକି ବେଳେ ଶିଶୁର ଦେହରେ ରହିଯାଇଥିଲା ଅଧାଭଂଗା ଛୁଂଚି । ଏନେଇ କାହାକୁ କିଛିନକହି ନୀରବ ରହିଯାଇଥିଲେ ନର୍ସ ପୁନମ୍ ହାସିଦୀ । କିଛି ଦିନ ପରେ ପିଲାଟି ଅସ୍ୱାଭାବିକ ଭାବେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାକୁ ଆଣି ଏନେଇ ପଚାରିଥିଲେ ଅଭିଭାବକ । ହେଲେ ଏହାକୁ ଆଂଟିବାୟୋଟିକ୍ କହି କଥାକୁ ଗୁରୁତ୍ୱ ଦେଇନଥିଲେ ।

ତେବେ ଆଜି ସକାଳେ ଶିଶୁଟିର ଗୁପ୍ତାଙ୍ଗ ତଳେ ସେହି ଅଧଭଂଗା ଛୁଂଚିଟି ବାହାରିଥିବାର ଦେଖିବା ପରେ ଭୟଭୀତ ହୋଇ ପଡିଥିଲେ ଅଭିଭାବକ । ଗୁରୁତର ଶିଶୁଟିକୁ ଏବେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି  କରାଇଛନ୍ତି । ଏବେ ଶିଶୁଟିର ଜୀବନ ପ୍ରତି ବିପଦ ଥିବା କୁହାଯାଉଛି । ତେବେ ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି ଚିକିତ୍ସା ସେବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ଶିଶୁଟିର ଦେହରେ ଅଧଭଂଗା ଛୁଂଚିକୁ କିପରି ଛାଡି ଦେଲେ ନର୍ସ । ଏବେ ଶିଶୁଟିର ଜୀବନ ପ୍ରତି ବିପଦ ଥିବା ବେଳେ ପୁରା ଘଟଣାରେ କଡା ପଦକ୍ଷେପ ଦାବି ହୋଇଛି ।