ମଦ ନିଶାରେ ଠାକୁରାଣୀଙ୍କୁ ଅଧା ବାଟରେ ଛାଡି ଚାଲିଗଲେ । ଭୋଜିଭାତ ଓ ମଦ ନିଶାରେ ପଛରେ ପଡିଲା ଠାକୁର ଭକ୍ତି । ଚାନ୍ଦବାଲିର ଘଟଣା ।

138

କନକ ବ୍ୟୁରୋ: ମଦ ନିଶା ଆଗରେ ତୁଚ୍ଛ ପଡିଲା ଠାକୁର ଭକ୍ତି । ମା ସରସ୍ୱତୀଙ୍କ ଭସାଣୀ କରିବାକୁ ଆଣିଥିଲେ । କିନ୍ତୁ ଭୋଜି ଭାତ ଏବଂ ନିଶା ଏତେ ମାତ୍ରାରେ ଚଢିଥିଲା ଯେ ଠାକୁରଙ୍କୁ ଭସାଇବାକୁ ଭୁଲି ଗଲେ ମାତାଲ ମାନେ । ଏ ଦୃଶ୍ୟ ହେଉଛି ଭଦ୍ରକ ଚାନ୍ଦବାଲି ଅଂଚଳର । ପ୍ରତିବର୍ଷ ପାରି ଚଳିତ ବର୍ଷ ଗାଁର ଯୁବକମାନେ ଧୁମ ଧାମରେ ପାଳନ କଲେ ସ୍ୱରସ୍ୱତୀ ପୂଜା । ତିନି ଦିନ ଧରି ପୂଜାରେ ଉତ୍ସାବ ମୁଖର ଗାଁ ପରିବେଶ. ମାତ୍ର ଭସାଣି ପାଇଁ ସମସ୍ତ ଯୋଜନା ହେଲା । ମାତ୍ର ଭସାଣି ବଦଳରେ ଯୁବ ପିଢି ଡିଜେ ଲଗାଇ ନାଚି ଭୋଜି ଭାତରେ ମସଗୁଲ ରହିଗଲେ । ହେଲେ ଦେବୀଙ୍କୁ ବିସର୍ଜନ କରିବାକୁ ଭୁଲିଗଲେ ।

ସବୁଠୁ ବଡ଼ କଥା ଟେଂଟ ବାଲା ମଧ୍ୟ ମାନବିକତା ଭୁଲିଗଲା । ଠାକୁରଙ୍କୁ ଆବଦ୍ଧ କରାଯାଇଥିବା କପଡା ଏବଂ ପାଲକୁ ଖୋଲି ନେଇଗଲେ । ଫଳରେ ରାସ୍ତା କଡରେ ପଡି ରହିଲେ ବାଗଦେବୀ । ଯାହାକୁ ନେଇ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିଛନ୍ତି ।