କନକ ବ୍ୟୁରୋ : ଚୀନ ଜାପାନକୁ ପଛରେ ପକାଇବାକୁ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତି ଦେଲେ ଫମୂର୍ଲା । ।ଯେତେବେଳେ ସାରା ବିଶ୍ୱରେ କର୍ମଚାରୀଙ୍କ କାମ କରିବା ସମୟ କମାଇବାକୁ ବ୍ୟବସ୍ଥା କରାଯାଉଛି ସେତେବେଳେ ମୂର୍ତି ନୂଆ ଫମୂର୍ଲା ଦେଇଛନ୍ତି । ଭାରତରେ ସରକାରୀ ହେଉ କି ବେସରକାରୀ ସଂସ୍ଥା । ବିଶେଷ କରି ଯୁବକର୍ମଚାରୀ ୮ଘଂଟା ବଦଳରେ ୧୨ଘଂଟା କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୂର୍ତି କହିଛନ୍ତି ଦେଶର ଯୁବବର୍ଗ ସପ୍ତାହକୁ ୭୦ ଘଂଟା କାମ କରିବେ ସେତେବେଳେ ଦେଶର ଅର୍ଥ ବ୍ୟବସ୍ଥା ସହିତ ପ୍ରତିଦ୍ୱନ୍ଦିତା କରିବା ସମ୍ଭବ ହୋଇପାରିବ । ଏହା ଦ୍ୱାରା ଦେଶ ଅଧିକରୁ ଅଧିକ ବିକଶିତ ହେବ ବୋଲି ସେ କହିିଛନ୍ତି । ଦେଶରେ କାମ ପାଇଁ ନିର୍ଘଣ୍ଠ ସମୟ ଅନ୍ୟ ଦେଶ ତୁଳନାରେ କମ । ଯେତେବେଳେ ଭାରତ ଆମେରିକା, ଚୀନ, ଜାପାନ ସହ ପ୍ରତିଦ୍ୱନ୍ଦିତା କରୁଛି ସେତେବେଳେ ଯୁବବର୍ଗ ଅଧିକ ସମୟ କାମ କରିବାକୁ ପଡିବ । ତେବେ ଦେଶର କାର୍ଯ୍ୟନୀତି ପରିବର୍ତନକୁ ନେଇ ମୂର୍ତିଙ୍କ ବୟାନ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।