ପୋଲିସ ହେପାଜତରୁ ଚମ୍ପଟ ମାରିବା ପରେ କଲେଜ ଆସିଥିଲା ଗୋବିନ୍ଦ : ସିସିଟିଭ ଫୁଟେଜ ଡିଲିଟ କରିଥିବା ସୂଚନା; ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନଷ୍ଟ କରିଛି ଅଭିଯୁକ୍ତ

249

କନକ ବ୍ୟୁରୋ : ପୋଲିସ ହେପାଜତରୁ ଚମ୍ପଟ ମାରିବା ପରେ ମହାଲିଙ୍ଗ କଲେଜକୁ ଆସିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । କଲେଜରେ ପ୍ରମାଣ ନଷ୍ଟ କରିବା ପାଇଁ ଆସିଥିଲା ଗୋବିନ୍ଦ । କଲେଜର ସିସିଟିଭି ଫୁଟେଜକୁ ଡିଲିଟ୍ କରିଥିବା ସୂଚନା ମିଳିଛି । ମମିତା ମେହରଙ୍କ ଅଫିସ୍ରେ ଲାଗିଥିବା ସିସିଟିଭ୍ ଫୁଟେଜକୁ ମଧ୍ୟ ଡିଲିଟ୍ କରିଛି ଗୋବିନ୍ଦ ।

କଲେଜକୁ ଆସିଥିବା ପ୍ରଭାବଶାଳୀ ବ୍ୟକ୍ତଙ୍କ ଭିଡିଓ ମଧ୍ୟ ଡିଲିଟ୍ କରିଥିବା ସୂଚନା ମିଳିଛି । ଏହା ସହ କଲେଜରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ନଷ୍ଟ କରିଥିବା କୁହାଯାଉଛି । ମମିତାଙ୍କୁ ହତ୍ୟା କରିବା ପରେ ସବୁ ପ୍ରକାର ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା ଗୋବିନ୍ଦ । ଯେପରି ପୋଲିସ ହାତରେ କୌଣସି ପ୍ରମାଣ ନଲାଗିବ, ସେଥିପାଇଁ ସବୁ ଯୋଜନା କରିଥିଲା ।

ସେପଟେ, ଗୋବିନ୍ଦ ସାହୁର କଲ ରେକର୍ଡ ଯାଂଚ ବେଳେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ମମିତାଙ୍କୁ ହତ୍ୟା କରିବା ପରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫୋନ୍ କରିଥିବା କୁହାଯାଉଛି । ପ୍ରଭାବଶାଳୀ ବ୍ୟକ୍ତଙ୍କ ସହ ୨ ମିନିଟ୍ରୁ ଅଧିକ ସମୟ କଥା ହୋଇଥିବା ସୂଚନା ମିଳିଛି । ଲଗାତର ଗୋବିନ୍ଦ, ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପର୍କରେ ଥିଲେ । ଗୋବିନ୍ଦଙ୍କ କଲ ହିଷ୍ଟ୍ରିରୁ ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି ।

ଏବେ ବଡ ପ୍ରଶ୍ନ ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ପୋଲିସ ? କେବଳ ଏତିକି ନୁହଁ ଓଡ଼ିଶାରୁ ଫେରାର ହୋଇଯିବା ପାଇଁ ମଧ୍ୟ ଯୋଜନା କରୁଥିଲା ଗୋବିନ୍ଦ । ଏଥିପାଇଁ ଟଙ୍କା ଯୋଗାଡ କରୁଥିଲା । ଏକ ସ୍କୋର୍ପିଓ ଗାଡିରେ ଫେରାର ହୋଇଯିବା ପାଇଁ ଯୋଜନା କରୁଥିଲା ଗୋବିନ୍ଦ ସାହୁ ।