ବଢ଼ିଲା ୱାର୍କିଂ ଆୱାର । ଏଣିକି ୮ ନୁହେଁ ୧୨ ଘଣ୍ଟା କାମ କରିପାରିବେ କର୍ମଚାରୀ, ଓଭରଟାଇମ୍ ପାଇଁ ପାଇବେ ଅଧିକ ପାଉଣା ।

3,628

କନକ ବ୍ୟୁରୋ: ୱାର୍କିଂ ଆୱାରକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ପୂର୍ବରୁ ଜଣେ ଶ୍ରମିକ ଦିନକୁ ୮ ଘଣ୍ଟା ଏବଂ ସପ୍ତାହକୁ ମୋଟ୍ ୭୨ ଘଣ୍ଟା କାର୍ଯ୍ୟ କରିବାର ନିୟମ ଥିଲା ଏବେ କିନ୍ତୁ ତାହା ଦିନକୁ ୧୨ ଘଣ୍ଟା କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଜଣେ ଶ୍ରମିକ ସପ୍ତାହକୁ ମୋଟ୍ ୭୨ ଘଣ୍ଟା କାର୍ଯ୍ୟ କରିବେ । ଏପରିକି ଦୁଇଟି ସିଫ୍ଟ ଭାବେ କାର୍ଯ୍ୟ କରିପାରିବେ ୬ ଘଣ୍ଟା ପରେ ଅଧ ଘଣ୍ଟାର ବିଶ୍ରାମ ନେଇପାରିବେ । ଦିନକୁ ଅଧିକ ୪ଘଣ୍ଟା ଏବଂ ସପ୍ତାହକୁ ମୋଟ୍ ୨୪ ଘଣ୍ଟାର ଓଭରଟାଇମ୍ ପାଇଁ ପାଉଣା ଦେବେ ସରକାର ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ।

ଅନ୍ୟପଟେ ମହିଳା ଶ୍ରମଜୀବିଙ୍କ ପାଇଁ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅନୁମତି ନଥିଲେ କାର୍ଯ୍ୟ କରିପାରିବେନି ମହିଳା କର୍ମଚାରୀ । ତେବେ କଣ୍ଟେନମେଣ୍ଟ ବା ଅବରୋଧ ଅଞ୍ଚଳରେ କୌଣସି କମ୍ପାନୀ ଖୋଲିବ ନାହିଁ କିମ୍ବା ସେଠାରେ କୌଣସି ଗତିବିଧି ପାଇଁ ଅନୁମତି ଦିଆଯିବ ନାହିଁ । ସବୁଠାରୁ ବଡ଼ କଥା ହେଲା କି, ୱାର୍କିଂ ଆୱାରକୁ ନେଇ ସରକାରଙ୍କ ନୂଆ ନିଷ୍ପତି କୋଭିଡ୍-୧୯ ନିୟମ ଅନୁସାରେ ହିଁ କାର୍ଯ୍ୟକ୍ଷମ କରିବ ।