କନକ ବ୍ୟୁରୋ: ମତଗଣନା ପୂର୍ବରୁ ଆଇନ ଶୃଙ୍ଖଳା ଏଡିଜିଙ୍କ ସୂଚନା । ଡବଲ ବ୍ୟାରିକେଟିଂ ଜରିଆରେ ଗଣତି କେନ୍ଦ୍ରର ସୁରକ୍ଷା । ସିସିଟିଭି ମନିଟରିଂ ପାଇଁ ବ୍ୟବସ୍ଥା କରାଯାଇଛି । ଗାର୍ଡ ଡାଇରି ଜରିଆରେ ରଖାଯିବ ତଥ୍ୟ । ଲୋକଙ୍କୁ ଅବଗତ କରିବାକୁ ହୋଇଛି ବ୍ୟବସ୍ଥା । ଅସାମାଜିକଙ୍କ ଉପରେ ରହିବ କଡା ନଜର । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅତିରିକ୍ତ ୧୧୫ ପୋଲିସ ଫୋର୍ସ ମୁତୟନ ହେବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ନେଇ ଭିତରକୁ ଯାଇପାରିବେନି । ମୋବାଇଲ ମଧ୍ୟ କେହି ଭିତରକୁ ନେଇପାରିବେନି । ବିଜୟ ପରେ ସମ୍ପ୍ୃକ୍ତ ଥାନାର ଅନୁମତି ପରେ ଶୋଭାଯାତ୍ରା । ବିଜୟ ପରେ ବି ଶୋଭାଯାତ୍ରା ଉପରେ ରହିବ ନଜର । ଇସିଆଇ ଗାଇଡଲାଇନକୁ ମାନି ପଦକ୍ଷେପ ନିଆଯିବ ।