କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୩୦ ଜଣଙ୍କ ମତ୍ୟୁ ସୂଚନା । ଏନେଇ ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ସୂଚନା । ଦୁର୍ଘଟଣାରେ ୨ଶହରୁ ଅଧିକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି । ସମସ୍ତ ଆହତଙ୍କୁ ସୋର, ଖନ୍ତାପଡା, ଗୋପାଳପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୩ ଏନଡିଆରଏଫ, ୪ ଓଡ୍ରାଫ ଟିମ୍ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୫ରୁ ଅଧିକ ଅଗ୍ନିଶମବାହିନୀ ନିୟୋଜିତ । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।
ଆଜି ସନ୍ଧ୍ୟା ୭ଟା ସମୟରେ ବାଲେଶ୍ୱର ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାଲବାହୀ ଟ୍ରେନକୁ ପିଟିଲା ଏକ୍ସପ୍ରେସ ଟ୍ରେନ । ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନମ୍ବର ଜାରି ହୋଇଛି । ଜରୁରୀକାଳୀନ ଯୋଗାଯୋଗ ନମ୍ବର-୬୭୮୨୨୬୨୨୮୬ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2023/06/41.jpg)