କନକ ବ୍ୟୁରୋ : ବାତ୍ୟା ୟାସ ନେଇ ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେ କହିଛନ୍ତି ବାତ୍ୟା ଆମ ପାଇଁ ନୂଆ ନୁହେଁ । ପୂର୍ବରୁ ଅନେକ ବାତ୍ୟାର ଅନୁଭୁତି ଆମର ରହିଛି । ଅନୁଭୁତିକୁ ପାଥେୟ କରି ଚଳିତ ବାତ୍ୟା ମୁକାବିଲା କରିବୁ । ୟାସ ପାଇଁ ୧୦ ଜିଲ୍ଲାକୁ ସର୍ତକ ରହିବା ପାଇଁ କୁହାଯାଇଛି । ସମସ୍ତେ ଯୋଗାଯୋଗରେ ଅଛନ୍ତି । ଏପରିକି ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଏବେ କୌଣସି ରିଜର୍ଭରେ ପାଣି ନାହିଁ ବର୍ଷା ହେଲେ ପାଣି ପଶିବ ।

Advertisment

ପାଣି ଛାଡ଼ିବା ସମୟରେ ଯେଉଁ ଏସଓପି ଅଛି ତାହା ପାଳନ କରାଯିବ । ୟାସ ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । କେହି ହେଡକ୍ୱାଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ଜଳ ସମ୍ପଦ ବିଭାଗର ଅଧିକାରୀମାନେ ସମସ୍ତଙ୍କ ସହ ଯୋଗାଯୋଗରେ ଅଛନ୍ତି । ବାତ୍ୟ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା ନେଇ କହିଛନ୍ତି ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।