ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ଦ୍ୱିତୀୟ ଡୋଜ ନେବା ପାଇଁ ବାଟ ଛାଡନ୍ତୁ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତି । ଠିକ ସମୟରେ ଦ୍ୱିତୀୟ ଡୋଜ ନ ନେଲେ ଟିକା ହୋଇପାରେ ଅକାମୀ ।

342

କନକ ବ୍ୟୁରୋ: ଦ୍ୱିତୀୟ ଡୋଜ ନେବା ପାଇଁ ବାଟ ଛାଡନ୍ତୁ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେହିପରି ଠିକ ସମୟରେ ଦ୍ୱିତୀୟ ଡୋଜ ନ ନେଲେ ଟିକା ଅକାମୀ ହେବାର ରହିଛି ଆଶଙ୍କା ବୋଲି ସେ ସୁଚାଇ ଦେଇଛନ୍ତି । ସେ କହିଛନ୍ତି ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କେସ ଆସିଥିଲା । ସେପ୍ଟେମ୍ବର ୨୫ ତାରିଖରେ ପ୍ରଥମ ପ ର୍ଯ୍ୟାୟ ପିକ ଆସିିଥିଲା । ଦ୍ୱିତୀୟ ଲହରି ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ । ରାଜ୍ୟବାସୀଙ୍କୁ ନିବେଦନ ଯେ କୋଭିଡ ନିୟମ ପାଳନ କରନ୍ତୁ ।

ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କେସ୍ ଆସିଥିଲା । ସେପ୍ଟେମ୍ବର ୨୫ରେ ପ୍ରଥମ ପର୍ୟ୍ୟାୟ ପିକ୍ ହୋଇଥିଲା ଏବଂ ଏବେ ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ । ଗତ ୮ ଦିନ ହେଲା ଦେଶରୁ ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି, ତେଣୁ ପ୍ରତ୍ୟେକ ରାଜ୍ୟବାସୀ କୋଭିଡ୍ ନିୟମର ପାଳନ କରନ୍ତୁ । ଅନ୍ୟପଟେ କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ବଢାଯାଉଛି । ତା ସହିତ ରାଜ୍ୟରେ ପଯ୍ୟାପ୍ତ ପରିମାଣର ଔଷଧ ମହଜୁଦ୍ କରି ରଖାଯିବା ସହିତ ଅକ୍ସିଜେନ୍ ମଧ୍ୟ ରହିଛି ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।