କନକ ବ୍ୟୁରୋ: ବେଶୀ ରାତିରେ ଡିଜେ ବଜାଇବାକୁ ବିରୋଧ କରିବାରୁ ଘରେ ପଶି ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ମାଡ଼ ଅଭିଯୋଗ । ଉଦଳା ଥାନା କୁଆଁରପାଳ ଗାଁରୁ ଏଭଳି ଅଭିଯୋଗ ଆସିଛି ।
ନୀଳଗିରି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ମଙ୍ଗଳବାର ଘରେ ଥିବା ବେଳେ ରାତି ସାଢ଼େ ୧୦ଟା ବେଳେ ସ୍ଥାନୀୟ ଯୁବକ ଅଧିକ ସାଉଣ୍ଡରେ ଡିଜେ ବଜାଇ ଯାଉଥିଲେ । ଏହାକୁ ବନ୍ଦ କରିବାକୁ ଗୋବର୍ଦ୍ଧନ କହିଥିଲେ । ଏହାର କିଛି ସମୟ ପରେ ସେଠାରେ ପିସିଆର ଭ୍ୟାନ ପହଂଚି ଡିଜେ ବନ୍ଦ କରିଥିଲା । ଏହାକୁ ନେଇ ସ୍ଥାନୀୟ ଯୁବକମାନେ ଉତ୍ୟକ୍ତ ହୋଇପଡ଼ିଥିଲେ ଏବଂ ଗୋବର୍ଦ୍ଧନଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପରିବାରକୁ ମାଡ଼ ମାରଥିଲେ । ଏଥିରେ ଆହତ ହୋଇ ଗୋବର୍ଦ୍ଧନ ଓ ତାଙ୍କ ସ୍ତ୍ରୀ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ସେପଟେ ଉଦଳା ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ୍ ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/3333333.jpg)