କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରି ସେଠାରେ ଘନଘନ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ଗାଜାରେ ଥିବା ହମାସର ବଡ଼ ବଡ଼ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରୁଛି ଇସ୍ରାଏଲ ସେନା । ବୋମାମାଡ଼ ଜାରି ରହିଛି । ଗାଜାରେ ଏୟାରଷ୍ଟ୍ରାଇକ୍ ଚାଲିଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । କହିଛନ୍ତି, ଆମେ ହମାସକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେବୁ । ଏହି ଯୁଦ୍ଧରେ ଆମେ ପଛକୁ ହଟିବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ ନେତାନ୍ୟାହୁ ବାରମ୍ବାର କହିଛନ୍ତି ଯେ ଯୁଦ୍ଧର ଆରମ୍ଭ ହମାସ କରିଛି, କିନ୍ତୁ ଶେଷ ଆମେ କରିବୁ । ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଗାଜାରେ ପ୍ରବେଶ କରିଥିବା କୁହାଯାଉଛି । ଇସ୍ରାଏଲର ଯୋଗାଯୋଗ ମନ୍ତ୍ରୀ କହିଛନ୍ତି, ଅକ୍ଟୋବର ୧୪ରୁ ଗାଜାରେ ଇଂଟରନେଟ୍ ସେବା ବନ୍ଦ କରାଯିବ । ତେଲ ଅବିବରେ ପୁଣି ଥରେ ଆକ୍ରମଣ ପାଇଁ ଆଲର୍ଟ ଜାରି କରାଯାଇଛି । ସତର୍କ ସୂଚନା ମିଳିବା ପରେ ଲୋକେ ବଙ୍କର ଭିତରକୁ ଦୌଡ଼ି ଆସିଥିଲେ । ତେଲ ଅବିବ, ରିଶୋନ ଲିଜିଅନ ଓ ରେହୋଭୋଟରେ ସାଇରନ୍ ବାଜିବା ଜାରି ରହିଛି ।

Advertisment