କନକ ବ୍ୟୁରୋ: ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ସୂଚନା । କହିଲା, ଅଜିତ ମଙ୍ଗରାଜ ୭ ଏପ୍ରିଲରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କରୋନା ଆକ୍ରାନ୍ତ ଅବସ୍ଥାରେ ତାଙ୍କୁ ନିମୋନିଆ ହୋଇଥିଲା । ଅଜିତଙ୍କୁ କ୍ରିଟିକାଲ କେୟାରରେ ରଖିବା ସହ ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ କରାଯାଉଥିଲା । ଅଜିତଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଲାଇଫ ସେଭିଙ୍ଗ ସପୋର୍ଟ ଦିଆଯାଇଥିଲା । ଗତ ୭ ଦିନ ହେବ ଅଜିତ ବୀରତାର ସହ କୋଭିଡ ୧୯ ସହ ଲଢେଇ କରିଥିଲେ । ସୂଚନା ଦେଲେ ଆପୋଲୋ ହସ୍ପିଟାଲର ଜନସମ୍ପର୍କ ଅଧିକାରୀ ।
ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ଖବର ପାଇ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/51.jpg)