ଦେଶରେ ଇନଫ୍ଲ୍ୟୁଏଞ୍ଜା ଭାଇରସରେ ଗଲାଣି ୭ଜଣଙ୍କ ଜୀବନ। ନୂଆ ଭାରିଆଣ୍ଟ ଏକ୍ସିବିବି.୧.୧୬ ଯୋଗୁଁ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି।

Advertisment
ଦେଶରେ ଇନଫ୍ଲ୍ୟୁଏଞ୍ଜା ଭାଇରସରେ ଗଲାଣି ୭ଜଣଙ୍କ ଜୀବନ। ନୂଆ ଭାରିଆଣ୍ଟ ଏକ୍ସିବିବି.୧.୧୬ ଯୋଗୁଁ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି।

କନକ ବ୍ୟୁରୋ: ଇନଫ୍ଲ୍ୟୁଏଞ୍ଜା-ଏ ଭୂତାଣୁକୁ ନେଇ ଏବେ ଲୋକେ ଚିନ୍ତିତ ଥିବା ବେଳେ କୋଭିଡର ଆଉ ଏକ ନୂଆ ଭ୍ୟାରିଆଣ୍ଟ ଆସିଛି । ଗତ ୧୦ ଦିନ ମଧ୍ୟରେ ୬୦ ପ୍ରତିଶତ ସଂକ୍ରମଣ ଦେଶରେ ବଢିଛି । ଗତ ମାର୍ଚ୍ଚ ୧ ତାରିଖରେ ଭାରତରେ ଦୈନିକ ସଂକ୍ରମଣ ୨୦୦ ଥିବା ବେଳେ ଏବେ ୬୦୦ ଟପିଗଲାଣି । ଏହା ବଢିବାର କାରଣ ହେଉଛି କୋଭିଡଏ ନୂଆ ଭ୍ୟାରିଆଣ୍ଟ ‘ଏକ୍ସବିବି.୧.୧୬’ । ଭାରତ ସମେତ ଅନ୍ୟ ଦେଶଗୁଡିକର ମଧ୍ୟ କୋଭିଡର ଏହି ନୂଆ ଭାରିଆଣ୍ଟ ଯୋଗୁ ପୁଣି ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି । ଭାରତରେ ୪୮, ବ୍ରୁନେଇରେ ୨୨ , ଆମେରିକାରେ ୧୫, ସିଙ୍ଗାପୁରରେ ୧୪ ଜଣ ଲେଖାଏଁ ନୂଆ ଭ୍ୟାରିଆଂଟ ‘ଏକ୍ସବିବି.୧.୧୬’ ସଂକ୍ରମିତ ଥିବା ସୂଚନା ମିଳିଛି ।

ପୂର୍ବ ଭାରିଆଣ୍ଟ ଅପେକ୍ଷା ନୂଆ ପ୍ରଜାତି ‘ଏକ୍ସବିବି.୧.୧୬’ ଅଧିକ ଦ୍ରୃତ ଗତିରେ ବ୍ୟାପୁଥିବାରୁ ସଂକ୍ରମଣ ଆହୁରି ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟରେ କୋଭିଡର ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe