ଉତ୍ତର କୋରିଆରେ ଖାଦ୍ୟ ପାଇଁ ହାହାକାର । ଚା’ପତିର ଦାମ୍ ୫୧ଶହ ଟଙ୍କା, ୩୩ଶହ ଟଙ୍କା ରେ ବିକ୍ରି ହେଉଛି କଦଳୀ କେଜି 

403

କନକ ବ୍ୟୁରୋ : ଉତ୍ତର କୋରିଆରେ ହାହାକାର । ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ପୋଷାକ ଏବଂ ସାମ୍ପୋ ସାବୁନର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଏଠି ଟଙ୍କାଏ କି ଦୁଇଟଙ୍କା ଦରଦାମ ବୃଦ୍ଧି ହୋଇନି । ହଜାର ହଜାର ଟଙ୍କାକୁ ବୃଦ୍ଧି ହୋଇଛି ସମସ୍ତ ସାମଗ୍ରୀର ମୂଲ୍ୟ ।

ସକାଳୁ ଉଠିଲେ ଟିକିଏ ଫ୍ରେସ୍ ଅନୁଭବ କରିବା ପାଇଁ ସମସ୍ତେ ଚା’ କିମ୍ବା କଫି ପିଇଥାନ୍ତି । କିନ୍ତୁ ଏଠୁ ଚା’ କିମ୍ବା କଫି ପିଇବା ସ୍ୱପ୍ନ ପାଲଟି ଯାଇଛି । କାରଣ ଏଠି ଚା’ପତି କିଲୋ ପିଛା ୫୧୦୦ ଟଙ୍କା ଏବଂ କଫି କେଜି ପିଛା ୭୩୦୦ ବିକ୍ରି ହେଉଛି । ସାଧାରଣ ଲୋକଙ୍କ କଥା ତ ଛାଡନ୍ତୁ । ଏଠି ବଡ ବଡିଆ ବି ଚା ପିଇବା ପାଇଁ ଶହେ ଥର ଭାବୁଛନ୍ତି । କେବଳ ଚା’ ପତି କାହିଁକି ଏଠାରେ କଦଳୀ କେଜି ପିଛା ୩୩୦୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ଦେଶମାନଙ୍କରେ କଦଳୀ କେଜି ପିଛା ଅତି ବେସିରେ ୫୦ରୁ ୧୦୦ ଟଙ୍କା ଭିତରେ ବିକ୍ରି ହେଉଥିବା ବେଲେ ଉତ୍ତର କୋରିଆରେ ୩୩୦୦ ଟଙ୍କାରେ ବିକ୍ରି ହେଉଛି କିଲେ କଦଳୀ । ସେହିପରି ମୁଣ୍ଡ ସଫା କରିବା ପାଇଁ ବ୍ୟବହାର ହେଉଥିବା ସାମ୍ପୋର ମୂଲ୍ୟ କଥା ନକହିଲେ ଭଲ । ଗୋଟିଏ ଛୋଟିଆ ସାମ୍ପୋ ବୋତଲର ମୂଲ୍ୟ ୧୪ ହଜାର ଟଙ୍କାରେ ବିକ୍ରି ହେଉଛି ।