ବସ୍ତା ବସ୍ତା ଟଙ୍କା ଦେଲେ ମଧ୍ୟ ମିଳୁନି ପେଟପୂରା ଖାଦ୍ୟ । ଗୋଟିଏ ମାସର ଦରମାରେ ମିଳୁଛି ମାତ୍ର ଗୋଟିଏ ପ୍ୟାକେଟ କ୍ଷୀର ଓ ପାଉଁରୁଟି । ଜାଣନ୍ତୁ କେଉଁ ଦେଶର ଏଭଳି ଅବସ୍ଥା

Advertisment
ବସ୍ତା ବସ୍ତା ଟଙ୍କା ଦେଲେ ମଧ୍ୟ ମିଳୁନି ପେଟପୂରା ଖାଦ୍ୟ । ଗୋଟିଏ ମାସର ଦରମାରେ ମିଳୁଛି ମାତ୍ର ଗୋଟିଏ ପ୍ୟାକେଟ କ୍ଷୀର ଓ ପାଉଁରୁଟି । ଜାଣନ୍ତୁ କେଉଁ ଦେଶର ଏଭଳି ଅବସ୍ଥା

ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଭେନଜୁଏଲା । ଦୋହଲିଯାଇଛି ଭେନଜୁଏଲାର ଅର୍ଥବ୍ୟବସ୍ଥା । ଅବସ୍ଥା ଏପରି ଯେ, ଲୋକମାନେ ବସ୍ତା ବସ୍ତା ଟଙ୍କା ଧରି ବଜାରକୁ ଗଲେ ମଧ୍ୟ ଖାଇବା ମିଳୁନାହିଁ । ଆଉ ସବୁଠୁ ବଡ କଥା ହେଲା, ଏଠାରେ ଆଗାମୀ ଦିନରେ ମହଙ୍ଗା ଭାର ୧୦ ଲକ୍ଷ ଗୁଣ ବୃଦ୍ଧି ହେବ । କିନ୍ତୁ ଏଭଳି ପରିସ୍ଥିତିରେ ଭେନଜୁଏଲାର ସ୍ଥିତି ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

କେବେ ଦକ୍ଷିଣ ଆମେରିକାର ସବୁଠାରୁ ବଡ ଧନୀ ଦେଶ ମଧ୍ୟରେ ଭେନଜୁଏଲା ଗଣା ଯାଉଥିଲା । କିନ୍ତୁ ଦେଶରେ ମହଙ୍ଗା ଏତେ ମାତ୍ରାରେ ବଢିଗଲା ଯେ, ଏବେ ଗୋଟିଏ ମାସର ଦରମାରେ ମଧ୍ୟ କେବଳ ଗୋଟିଏ ପାଉଁରୁଟି ପ୍ୟାକେଟ ସାଙ୍ଗକୁ ଗୋଟିଏ କ୍ଷୀର ପ୍ୟାକେଟ ହିଁ ମିଳୁଛି । ଆଉ କୌଣସି ଖାଦ୍ୟ ସାମଗ୍ରୀ ଆଣିବାକୁ ହେଲେ ବସ୍ତାରେ ଟଙ୍କା ନେଇ ଯିବାକୁ ପଡୁଛି ।

publive-imageଆଇଏମଏଫ ଅନୁଯାୟୀ, ଏହି ବର୍ଷ ଶେଷ ମଧ୍ୟରେ ଦେଶର ମହଙ୍ଗା ୧୦ ଲକ୍ଷ ଗୁଣ ପର୍ଯ୍ୟନ୍ତ ବଢି ଯାଇଥିବ । ଯାହାଦ୍ୱାରା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବ । ଏଭଳି ଆକଳନ ପରେ ରାଷ୍ଟପତି ନିକୋଲସ ମାଦୁରୋ ଦେଶର ପ୍ରଚଳିତ ଏକ ଲକ୍ଷ ମୂଲ୍ୟର ନୋଟରୁ ୫ଟି ଶୂନ ଉଠାଇବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ଏହାର ମୂଲ୍ୟ ମଧ୍ୟ ଏକ ବେଲିବର ସହ ସମାନ ରହିବ । ଆଇଏମଏଫ ଅନୁଯାୟୀ, ଭେନଜୁଏଲାର ଅବସ୍ଥା ଏପରି ହୋଇଛି ଯେପରି ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଓ ଏବେର ଜିମ୍ବାୱେର ଅର୍ଥବ୍ୟବସ୍ଥା ଭଳି ହୋଇଯାଇଛି ।

ଏହି ଦେଶର ଅର୍ଥବ୍ୟବସ୍ଥା ଏତେ ମାତ୍ରାରେ ଭୁଷୁଡି ଯାଇଛି ଯେ, ପ୍ରତ୍ୟେକ ଦିନ ପାଞ୍ଚ ହଜାର ଲୋକ ଦେଶରୁ ପଳାୟନ କରୁଛନ୍ତି । ଏପରିକି ମହିଳା ମାନେ ଜୀବନ ବଞ୍ଚାଇବା ପାଇଁ ବେଶ୍ୟାବୃତ୍ତିକୁ ଆପଣାଇ ନେଉଛନ୍ତି । ଦେଶରେ ଖାଦ୍ୟ ସଙ୍କଟ ଏଭଳି ଦେଖା ଦେଇଛି ଯେ, ଲୋକମାନେ ବସ୍ତା ବସ୍ତା ଟଙ୍କା ଦେଉଥିଲେ ଖାଦ୍ୟ ସାମଗ୍ରୀ ଦେବାକୁ କେହି ରାଜି ହେଉନାହାନ୍ତି ।ଆଉ ଏଥିପାଇଁ ଲୋକମାନେ ବିଭିନ୍ନ ଦୋକାନ ଲୁଟିବା ଠାରୁ ଆରମ୍ଭ କରି ପଶୁ ମାନଙ୍କୁ ମାରି ଖାଇବାକୁ ମଧ୍ୟ ପଛାଉନାହାନ୍ତି ।

publive-imageରିପୋର୍ଟ ଅନୁଯାୟୀ, ଭେନଜୁଏଲାର ଏକ ବିଶ୍ୱବିଦ୍ୟାଳୟର ପ୍ରଫେସର ପୁରୁଣା ଜୋତା ମରାମତି କରିବାକୁ ନିଜର ଚାରି ମାସର ଦରମା ୨୦ ଆରବ ବେଲିବର (ପାଖାପାଖି ୪ ଲକ୍ଷ) ଦେବାକୁ ପଡିଥିଲା । ୧୯୫୦ରୁ ୧୯୮୦ ମସିହାରେ ଭେନଜୁଏଲା ଆର୍ଥିକ ରୂପେ ବେଶ ଶକ୍ତିଶାଳୀ ଥିଲା । ଏପରିକି ଏଠାରେ ଅନେକ ତେଲ ଭଣ୍ଟାର ଥିବାରୁ ଅର୍ଥନୈତିକ କ୍ଷେତ୍ରରେ ଶକ୍ତିଶାଳୀ ଥିଲା । କିନ୍ତୁ ପରେ ତେଲର ଦର ବୃଦ୍ଧି ଓ ହ୍ରାସ ଓ ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଭେନଜୁଏଲାରେ ଏଭଳି ପରିସ୍ଥିତି ଦେଖା ଦେଇଛି । ୨୦୧୩ରେ ୟୁନିୟନ ଲିଡର ନିକୋଲସ ଦେଶର ରାଷ୍ଟ୍ରପତି ହେବା ପରେ ଭେନଜୁଏଲାର ଅର୍ଥବ୍ୟବସ୍ଥା ଭୁଷୁଡି ପଡିବା ସହ ଆର୍ଥିକ ସଙ୍କଟ ଦେଖା ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe